ETV Bharat / state

ବୌଦ୍ଧରେ ଚଳିତ ବର୍ଷର ଧାନକିଣା ପ୍ରକ୍ରିୟା ଆରମ୍ଭ

author img

By

Published : Nov 25, 2020, 10:12 PM IST

ବୌଦ୍ଧ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତବର୍ଷର ଧାନକିଣା ପ୍ରକ୍ରିୟା । ଶୁଭାରମ୍ଭ କଲେ ଜିଲ୍ଲାପାଳ । ପଢନ୍ତୁ ଅଧିକ.....

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଧାନକିଣା ପ୍ରକ୍ରିୟା

ବୌଦ୍ଧ: ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି ଚଳିତବର୍ଷର ଧାନକିଣା ପ୍ରକ୍ରିୟା । ଜିଲ୍ଲାପାଳ ଏହାର ଶୁଭାରମ୍ଭ କରି ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଆହ୍ବାନ ଦେଇଥିବା ବେଳେ ଦଲାଲ ରାଜକୁ ନେଇ ଚାଷୀ ସନ୍ଦେହ ପ୍ରକଟ କରିଛନ୍ତି । ଆଜି ଜିଲ୍ଲାର ମନମୁଣ୍ଡା ମାର୍କେଟ ୟାର୍ଡ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଧାନକିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ଚାଷୀ ମାନଙ୍କୁ ଚଳିତ ବର୍ଷ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଆହ୍ମାନ ଦେବା ସହିତ ଚାଷୀ ମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେନେଇ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ଯୋଗାଣ ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ, ଏଆରସିଏସ, କଣ୍ଟାମାଳ ବିଡ଼ିଓ ପ୍ରମୁଖ ଯୋଗ ଦେଇଥିଲେ ।

ଏଫଏକ୍ୟୁ ଧାନ ଆସିଲେ କୌଣସି ସମସ୍ୟା ହେବନାହିଁ ବୋଲି ମିଲର୍ସ ଆସୋସିଏସନ ଦୃଢୋକ୍ତି ଦେଇଥିବା ବେଳେ ଚାଷୀ ସଂଘ ଦଲାଲ ରାଜ କୁନେଇ ସନ୍ଦେହ ପ୍ରକଟ ସହ ଅନେକ ଚାଷୀ ପଞ୍ଜିକରଣରୁ ବାଦ ପଡିଥିବା ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.