ETV Bharat / state

ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇଁ ଧାରଣାରେ ଅସହାୟ ପିତା - ମୃତ୍ୟୁ ପ୍ରମାଣପତ୍ର

ପୁଅର ମୃତ୍ୟୁକୁ ଦେଢମାସ ହୋଇଯାଇଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ନମିଳିବାରୁ ଧାରଣାରେ ବସିଲେ ଅସହାୟ ପିତା । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌର ପରିଷଦ କାର୍ଯ୍ୟାଳୟରେ । ଅଧିକ ପଢନ୍ତୁ...

The helpless father protest against that his son's death certificate could not be obtained
ପୁଅର ମୃତ୍ୟୁ ପ୍ରମାଣପତ୍ର ନମିଳିବାରୁ ଧାରଣାରେ ବସିଲେ ଅସହାୟ ପିତା
author img

By

Published : Nov 14, 2020, 3:01 PM IST

ବୌଦ୍ଧ: ପୁଅର ମୃତ୍ୟୁ ପ୍ରମାଣପତ୍ର ପାଇଁ ଧାରଣାରେ ବସିଲେ ଅସହାୟ ପିତା । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌର ପରିଷଦ କାର୍ଯ୍ୟାଳୟରେ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ପଞ୍ଚାୟତ ରାଉତପଡା ଗ୍ରାମର ଜଣେ ଗରିବ ଗାଈ ଚରାଳୀଙ୍କ ମାତ୍ର ୪ ବର୍ଷର ଶିଶୁ ପୁତ୍ର ଆରେସକୁ ଗତ ପ୍ରାୟ ଦେଢମାସ ତଳେ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଆରେସକୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଅର ମୃତ୍ୟୁ ପ୍ରମାଣପତ୍ର ନମିଳିବାରୁ ଧାରଣାରେ ବସିଲେ ଅସହାୟ ପିତା

ମୃତଦେହ ବ୍ୟବଛେଦ ପରେ ମୃତକଙ୍କ ପିତା ମୃତ୍ୟୁ ପ୍ରମାଣପତ୍ର ପାଇଁ ବୌଦ୍ଧଗଡ ଏନଏସି କାର୍ଯ୍ୟାଳୟରେ ଆବେଦନ କରିଥିଲେ । କିନ୍ତୁ ସେଠାରେ ମୃତକଙ୍କ ପିତାଙ୍କୁ ଏକ ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ ହୋଇଛି । ସେ ଏଥିପାଇଁ ପାଞ୍ଚ ଶହ ଟଙ୍କା ଦେଇଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ନପାଇବାରୁ ଶୁକ୍ରବାର ବାଧ୍ୟ ହୋଇ ଏନଏସି କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଥିଲେ ।

ତେବେ କାଗଜପତ୍ରରେ ମୃତକଙ୍କ ନା’ କୁନେଇ ସମସ୍ୟା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୋମବାର ଦିନ ଏହି ସମସ୍ୟାର ସମାଧାନ ହେବ ବୋଲି ମୃତକଙ୍କ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.