ETV Bharat / state

ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ପାଇଁ ବୌଦ୍ଧରେ ଭିତ୍ତି ପ୍ରସ୍ତର ସ୍ଥାପନ - foundation stone of oxygen in boudh

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାୟକଙ୍କ ପାଣ୍ଠି ବିନିଯୋଗରେ ଦୁଇଟି ଆମ୍ବୁଲାନ୍ସର ଲୋକାର୍ପଣ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ପାଇଁ ଭିତ୍ତି ପ୍ରସ୍ତର

author img

By

Published : Jun 26, 2021, 7:34 AM IST

ବୌଦ୍ଧ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁକ୍ରବାର ସଂଧ୍ୟାରେ ତରଳ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ବୌଦ୍ଧ ଜିଲ୍ଲାର କୋଭିଡ ସେଣ୍ଟର ପଛ ପାର୍ଶ୍ବରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହୋଇଛି । ତେବେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ କରିଛନ୍ତି ।

ବୌଦ୍ଧରେ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ପାଇଁ ଭିତ୍ତି ପ୍ରସ୍ତର

ଜିଲ୍ଲା ସଂଗ୍ରହାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ପାଣ୍ଠିର ବିନିଯୋଗରେ ଦୁଇଟି ମହାପ୍ରୟାଣ ଗାଡିର ଲୋକାର୍ପଣ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.