ETV Bharat / state

ବୌଦ୍ଧରୁ ବିପୁଳ ମଦ ଜବତ କଲା ଅବକାରୀ ସ୍ପେଶାଲ ଟାସ୍କଫୋର୍ସ, 3 ଗିରଫ

author img

By

Published : Mar 14, 2021, 6:51 PM IST

ବୌଦ୍ଧ ଜିଲ୍ଲାରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ଟାସ୍କଫୋର୍ସ । ଅଧିକ ପଢନ୍ତୁ....

ବିପୁଳ ମଦ ଜବତ କଲା ଅବକାରୀ ସ୍ପେଷାଲ ଟାସ୍କଫୋର୍ସ
ବିପୁଳ ମଦ ଜବତ କଲା ଅବକାରୀ ସ୍ପେଷାଲ ଟାସ୍କଫୋର୍ସ, 3 ଗିରଫ

ବୌଦ୍ଧ: ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କଲା ଟାସ୍କଫୋର୍ସ । ଜିଲ୍ଲା ଅବକାରୀ ବିଭାଗ ଟେର ପାଉନି । କିନ୍ତୁ ଟାସ୍କଫୋର୍ସ ଚଢ଼ାଉ କରି କେବଳ ବିପୁଳ ପରିମାଣରେ ମଦ ଧରିଛି ତାହା ନୁହେଁ, 3 ଜଣଙ୍କୁ ଗିରଫ ମଧ୍ୟ କରିଛି । ସୂଚନା ମୁତାବକ ବୌଦ୍ଧ ଅବକାରୀ ଅଧିନରେ ଥିବା ହରଭଙ୍ଗା ଅବକାରୀ ବିଭାଗ ଦୀର୍ଘ ଦିନ ହେଲା ନିଷ୍କ୍ରିୟ ହୋଇ ପଡିରହିଛି ।ଏହାର ସୁଯୋଗ ନେଇ ମଦ ମାଫିଆ ମାନେ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀଙ୍କୁ ଧରି ଚୋରା ମଦ କାରବାର ଚଳାଇଥିଲେ ।ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ସବୁ ଜାଣି ଅଜଣା ଭଳି ରହି କୌଣସି ପଦକ୍ଷେପ ଗ୍ରହଣ କରୁନଥିଲା ।

ବୌଦ୍ଧରୁ ବିପୁଳ ମଦ ଜବତ କଲା ଅବକାରୀ ସ୍ପେଶାଲ ଟାସ୍କଫୋର୍ସ, 3 ଗିରଫ

ଶେଷରେ ଦକ୍ଷିଣାଞ୍ଚଳ ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଷାଲ ଟାସ୍କଫୋର୍ସ ଗଠନ କରାଯାଇ ଗତକାଲି ଓ ଆଜି ବୌଦ୍ଧ ଜିଲ୍ଲାର ତିଲେଶ୍ବର, କରଞ୍ଜକଟା ଓ ଛତରଙ୍ଗ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।ଏଥିରେ ବିପୁଳ ପରିମାଣର ଦେଶୀ , ବିଦେଶୀ ମଦ ସହ ରନ୍ଧା ମଦ ମଧ୍ୟ ଜବତ କରାଯାଇଛି ।ଏଥିରେ ସମ୍ପୃକ୍ତ 3 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଟାସ୍କଫୋର୍ସ ଗିରଫ କରିଥିବା ସ୍କ୍ବାର୍ଡର ମୁଖ୍ୟ ଈଟିଭି ଭାରତକୁ ସୂଚନା ଦେଇଛନ୍ତି । ଜିଲ୍ଲାର ଏଭଳି ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ହେଉଥିଲେ ମଧ୍ୟ ଅବକାରୀ ବିଭାଗ କାହିଁକି ଚୁପ ବସିଛି ତାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତର ଯଥେଷ୍ଟ ଆବଶ୍ୟକତା ରହିଥିବା ଦାବି ମଧ୍ୟ ଉଠିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.