ETV Bharat / state

ଗ୍ରୀଷ୍ମ ଆରମ୍ଭରୁ ଅଚଳ ନଳକୂପ, ପାଣି ପାଇଁ ଡହଳ ବିକଳ ପଞ୍ଚାୟତ

ପାନୀୟ ଜଳକୁ ନେଇ ଦେଖା ଦେଇଛି ସମସ୍ୟା । ଗାଁରେ ନଳକୂପ ଅଚଳ ହୋଇପଡିଥିବା ଯୋଗୁଁ ଦୂରଦୂରାନ୍ତରୁ ପାଣି ବୋହି ଆଣିବାକୁ ପଡୁଛି । ଏନେଇ ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଚୁପ ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Mar 22, 2021, 6:44 PM IST

ଅଚଳ ପଡିଛି ନଳକୂପ, ପାନୀୟ ଜଳର ଉତ୍କଟ ସମସ୍ୟା
ଅଚଳ ପଡିଛି ନଳକୂପ, ପାନୀୟ ଜଳର ଉତ୍କଟ ସମସ୍ୟା

ବୌଦ୍ଧ : ମାଡି ଆସୁଛି ଗ୍ରୀଷ୍ମପ୍ରବାହ । ଆଉ ଏବେ ଠାରୁ ଆରମ୍ଭ ହୋଇଗଲାଣି ପାନୀୟଜଳର ଉତ୍କଟ ସମସ୍ୟା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଳକୂପ ଅଚଳ ହୋଇପଡିଛି । ମହାନଦୀ କୂଳରେ ଅବସ୍ଥିତ ଅନେକ ପଞ୍ଚାୟତରେ ଏଭଳି ସମସ୍ୟା ବର୍ଷ ତମାମ ଲାଗି ରହୁଛି ।

ଅଚଳ ପଡିଛି ନଳକୂପ, ପାନୀୟ ଜଳର ଉତ୍କଟ ସମସ୍ୟା

ବୌଦ୍ଧ ଜିଲ୍ଲାର ଉପାନ୍ତ କୁଶଙ୍ଗ ପଞ୍ଚାୟତ ଅତଳସରା ଗ୍ରାମରେ ନଳକୂପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିବା ବେଳେ ସମାନ ଅବସ୍ଥା ମୁଣ୍ଡାପଡା ପଞ୍ଚାୟତ ଖମାରୀପଡା ଗ୍ରାମରେ ଦେଖିବାକୁ ମିଳିଛି । ଖମାରୀପଡା ଗ୍ରାମରେ ଥିବା ନଳକୂପଟିକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ପାନୀୟଜଳ ସଙ୍କଟକୁ ନେଇ ଗ୍ରାମବାସୀ ପଞ୍ଚାୟତ ସ୍ତରରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.