ETV Bharat / state

ନକଲି ଶ୍ରମିକ କାର୍ଡ ରାକେଟ ସମ୍ପର୍କରେ ସ୍ପଷ୍ଟ କଲା ବିଭାଗ - ବୌଦ୍ଧରେ ନକଲି ଶ୍ରମିକ କାର୍ଡ ରାକେଟ

ବୌଦ୍ଧରେ ନକଲି ଶ୍ରମିକ କାର୍ଡ ରାକେଟ ସମ୍ପର୍କରେ ସ୍ପଷ୍ଟ କଲା ଶ୍ରମ ବିଭାଗ । ତେବେ କି ଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ ନକଲି କାରବାର ଚାଲିଥିଲା ତାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ନକଲି ଶ୍ରମିକ କାର୍ଡ ରାକେଟ ସମ୍ପର୍କରେ ସ୍ପଷ୍ଟ କଲା ବିଭାଗ

author img

By

Published : Jul 3, 2020, 9:27 PM IST

ବୌଦ୍ଧ: ନକଲି ଶ୍ରମିକ କାର୍ଡର ଶିକାର ହେଲେ ଶ୍ରମିକ । ଏଭଳି ଏକ ନକଲି କାରବାର ସମ୍ପର୍କରେ ସର୍ବପ୍ରଥମେ ଦୁଇ ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।

ଶହଶହ ଗରିବ ଖଟିଖିଆ ଶ୍ରମିକଙ୍କୁ ଶ୍ରମକାର୍ଡ ନାଁରେ ଠକେଇ ହୋଇଥିବା ଶନିବାର ଜିଲ୍ଲା ଶ୍ରମ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଲୋକ ଶ୍ରମକାର୍ଡ କରି ଦେବାକୁ କହି 700 ଟଙ୍କା କାର୍ଡ ପିଛା ଆଦାୟ କରିଥିଲେ । ନକଲି କାର୍ଡ ମଧ୍ୟ ଶ୍ରମିକମାନଙ୍କୁ ପ୍ରଦାନ କଲେ । କିନ୍ତୁ କାର୍ଡର ବୈଧତା ତଥା ଦଲାଲଙ୍କ ସମ୍ପର୍କରେ ଗତ ଦୁଇ ଦିନ ତଳେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସମସ୍ତେ ଚିନ୍ତାରେ ପଡିଯାଇଥିଲେ ।

ନକଲି ଶ୍ରମିକ କାର୍ଡ ରାକେଟ ସମ୍ପର୍କରେ ସ୍ପଷ୍ଟ କଲା ବିଭାଗ

ଏହାର ସତ୍ୟାସତ୍ୟ ଜାଣିବାକୁ ଶୁକ୍ରବାର କଣ୍ଟାମାଳ ବ୍ଲକର ଦେଢେଣମାଳ ଗ୍ରାମର ପନ୍ଦରରୁ ଊର୍ଦ୍ଧ୍ବ ଶ୍ରମିକ ବୌଦ୍ଧ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଉକ୍ତ କାର୍ଡ ଗୁଡିକ ଯାଞ୍ଚ କରିବା ପରେ ଏସବୁ ଶ୍ରମିକକାର୍ଡ ନକଲି ବୋଲି ବିଭାଗ ସ୍ପଷ୍ଟ କରିଛି । ତେବେ କି ଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ ନକଲି କାରବାର ଚାଲିଥିଲା ତାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.