ETV Bharat / state

ମିଳିଲାନି ମହାପ୍ରୟାଣ, ପିତାର କାନ୍ଧରେ ବୁହାହେଲା ପୁଅର ମୃତଦେହ

author img

By

Published : Nov 17, 2020, 10:48 PM IST

ଡାକ୍ତରଖାନାରେ ମୃତ୍ୟୁ ପରେ ଅସହାୟ ପିତାର କାନ୍ଧରେ ବୁହାହେଲା ନାବାଳକ ପୁଅର ମୃତଦେହ । ତେବେ ମାନବିକତାର ପରିଚୟ ଦେଇ ଜଣେ ସହୃଦୟ ବ୍ୟକ୍ତି ନିଜ କାରରେ ଏହି ଅସହାୟଙ୍କୁ ତାଙ୍କ ଘରେ ଛାଡିଥିଲେ ।

ମିଳିଲାନି ମହାପ୍ରୟାଣ, ପିତାର କାନ୍ଧରେ ବୁହାହେଲା ପୁଅର ମୃତ ଶରୀର

ବୌଦ୍ଧ: ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର ପୁଣିଥରେ ଦେଖିବାକୁ ମିଳିଛି । ଡାକ୍ତରଖାନାରେ ମୃତ୍ୟୁ ପରେ ଅସହାୟ ପିତାର କାନ୍ଧରେ ବୁହାହେଲା ନାବାଳକ ପୁଅର ମୃତଦେହ । ତେବେ ମାନବିକତାର ପରିଚୟ ଦେଇ ଜଣେ ସହୃଦୟ ବ୍ୟକ୍ତି ନିଜ କାରରେ ଏହି ଅସହାୟଙ୍କୁ ତାଙ୍କ ଘରେ ଛାଡିଥିଲେ ।

ସରକାରୀ ବ୍ୟବସ୍ଥାର ବିକଳ ତଥା ଅଭାବନୀୟ ଦୃଶ୍ୟ ଆଜି ପୁଣିଥରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ଭଳି ମନେ ହୋଇଥିଲା । ପୁଅର ମୃତ୍ୟୁ ପରେ ମହାପ୍ରୟାଣ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନହେବାରୁ ପିତାର କାନ୍ଧରେ ବୁହାହେଲା ମୃତଦେହ । ଏଭଳି ଘଟଣା ଆଜି ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ତିଲେଶ୍ବର ପଞ୍ଚାୟତ ମୁଷାଢ ଗ୍ରାମର ଜନୈକ ଗରିବ ପରିବାରର ସାତ ବର୍ଷର ନାବାଳକ ଅସୁସ୍ଥ ହୋଇ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ତେବେ ଆଜି(ମଙ୍ଗଳବାର) ଉକ୍ତ ନାବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯିବା ପରେ ତାଙ୍କୁ ମହାପ୍ରୟାଣ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଫଳରେ ପୁଅର ମୃତଦେହକୁ କାନ୍ଧରେ ବୋହି ପିତା ନିଜ ପରିବାର ସହ ଗାଁକୁ ଫେରୁଥିଲେ । ଏଭଳି ଅଭାବନୀୟ ଘଟଣା ଆଜି ସାରା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଅସହାୟ ପରିବାର ଶବକୁ କାନ୍ଧରେ ବୋହି ଫେରୁଥିବା ସମୟରେ ଜଣେ ସହୃଦୟ ବ୍ୟକ୍ତି ଏହି ଦୃଶ୍ୟ ଦେଖି ନିଜ କାରରେ ବସାଇ ସେମାନଙ୍କୁ ମୁଷାଢରେ ଛାଡି ମାନବିକତାର ପରିଚୟ ଦେଇଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ସେବାକୁ ନେଇ ଆମ୍ବୁଲାନ୍ସ ଓ ଅନ୍ୟ ସେବା ଚର୍ଚ୍ଚାରେ ରହିଥିବା ବେଳେ ଆଜିର ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.