ETV Bharat / state

ଜଳସେଚନ ବିଭାଗର ଉଦାସୀନତା ପାଇଁ ପୋଲରୁ ଖସି ଗୋରୁ ମୃତ - ବାମଣ୍ଡା ପଞ୍ଚାୟତ

ପୋଲର ନିର୍ମାଣଶୈଳୀ ଠିକ ଭାବେ ହୋଇନଥିବାରୁ ପୋଲ ଉପରୁ ଏକ ଗୋରୁଟି ଖସି ପଡି ତା'ର ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଳରେ କୌଣସି କର୍ମଚାରୀ ନପହଞ୍ଚିବାରୁ ମୃତ ଗୋରୁର ମାଂସ ସବୁ କିଛି ଲୋକ କାଟି ନେଇଥିବା ଦେଖିବାକୁ ମିଳିଛି ।

ଜଳସେଚନ ବିଭାଗର ଉଦାସୀନତା ଯୋଗୁଁ ବଢିଚାଲିଛି ଦୁର୍ଘଟଣା,  ପୋଲରୁ ଖସି ଗୋରୁ ମୃତଜଳସେଚନ ବିଭାଗର ଉଦାସୀନତା ଯୋଗୁଁ ବଢିଚାଲିଛି ଦୁର୍ଘଟଣା,  ପୋଲରୁ ଖସି ଗୋରୁ ମୃତ
ଜଳସେଚନ ବିଭାଗର ଉଦାସୀନତା ଯୋଗୁଁ ବଢିଚାଲିଛି ଦୁର୍ଘଟଣା, ପୋଲରୁ ଖସି ଗୋରୁ ମୃତ
author img

By

Published : Jun 18, 2020, 5:35 PM IST

Updated : Jun 19, 2020, 12:52 AM IST

ବୌଦ୍ଧ: ଜଳସେଚନ ବିଭାଗର ଉଦାସୀନତାର ଚରମ ନିଦର୍ଶନ ଦେଖିବାକୁ ମିଳିଛି । ପୋଲର ନିର୍ମାଣଶୈଳୀ ଠିକ ଭାବେ ହୋଇନଥିବାରୁ ପୋଲ ଉପରୁ ଏକ ଗୋରୁଟି ଖସି ପଡି ତା'ର ମୃତ୍ୟୁ ହୋଇଛି । ତେବେ ଘଟଣା ସ୍ଥଳରେ କୌଣସି କର୍ମଚାରୀ ନପହଞ୍ଚିବାରୁ ମୃତ ଗୋରୁର ମାଂସ ସବୁ କିଛି ଲୋକ କାଟି ନେଇଥିବା ଦେଖିବାକୁ ମିଳିଛି । ବିଭାଗୀୟ ଉଦାସୀନତା ଫଳରେ ଗୁରିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଜଳସେଚନ ବିଭାଗର ଉଦାସୀନତା ପାଇଁ ପୋଲରୁ ଖସି ଗୋରୁ ମୃତ

ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଏକପଡା ଗୁମ୍ଫା ନିକଟରେ ଥିବା ଜଳସେଚନ ବିଭାଗର ପୋଲ ଉପରୁ ପଡି ଏକ ଗୋରୁର ମୃତ୍ୟୁ ହୋଇଛି । ପୋଲର ନିର୍ମାଣ ଶୈଳୀ ତଥା ମାନ ଉପରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ସ୍ଥାନରେ ଅଧିକାଂଶ ସମୟରେ ମଣିଷ ଓ ପଶୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଗୁରୁବାର ଏକ ଗୋରୁ ଉକ୍ତ ସ୍ଥାନରେ ଖସି ପଡି ମୃତ୍ୟୁ ହୋଇଥିଲା । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ବିଭାଗୀୟ କର୍ମଚାରୀ ନ ଆସିବାରୁ କିଛି ଲୋକ ଉକ୍ତ ମୃତ ଗୋରୁର ମାଂସ କାଟି ନେଇଯାଇଥିଲେ । ଏଭଳି ହୃଦୟ ବିଦାରକ ଘଟଣା ସତ୍ତ୍ବେ ଏହା ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ତାତ୍ସଲ୍ୟ କରି ମଣିଷ ତ ମରି ନାହାନ୍ତି, ଗୋରୁଟିଏ ପାଇଁ ଏତେ ବ୍ୟସ୍ତ ହେବାରେ କିଛି ନାହିଁ ବୋଲି ଉତ୍ତର ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 19, 2020, 12:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.