ETV Bharat / state

କୋରୋନା ଟିକା ଗ୍ରହଣ କରି ଫେରୁଥିଲେ ଦମ୍ପତି, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ - old couple death in accident

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

କୋରୋନା ଟିକା ଗ୍ରହଣ କରି ଫେରୁଥିଲେ ଦମ୍ପତ୍ତି , ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

author img

By

Published : Apr 8, 2021, 10:54 PM IST

ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି । କୋରୋନା ଟିକାଗ୍ରହଣ କରି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଆଜି ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ସଦର ମହକୁମାରେ ।

ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ସଦର ମହକୁମାରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିଲା ।ଟୀକା ଗ୍ରହଣ କରି ରାଧାନଗର ବିଦ୍ୟାଳୟରୁ ସାଇକେଲ ଯୋଗେ ଗ୍ରାମର ଲଳିତ ସାହୁ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ଫେରୁଥିବାବେଳେ ହଠାତ ଜାତୀୟ ରାଜପଥ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାରଡ ବୋଝେଇ ଟାଟା ଏସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ତୁରନ୍ତ ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବୃଦ୍ଧା ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଗୁରୁତର ଲଳିତଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ବାଟରେ ଲଳିତଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ରାଧାନଗର ଠାରେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ବୌଦ୍ଧ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟି ଅତ୍ୟନ୍ତ ବେପରୁଆ ଭାବରେ ଚଳାଇବା ସହ ଓଭର ଲୋଡିଂ ଯୋଗୁଁ ଏଭଳି ଘଟଣା ଘଟିଥିବା ପାରିପାର୍ଶିକ ସ୍ଥିତିରୁ ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.