ETV Bharat / state

ବର୍ଷା ଦିନ ପୂର୍ବରୁ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ - ନାବାର୍ଡ ମୁଖ୍ୟ ଯନ୍ତ୍ରୀ

ସରିବାର ନାଁ ଧରୁନି ଧଳପୁର ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ। ଗତ ସୋମବାର ଦିନ ନାବାର୍ଡ ମୁଖ୍ୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଆଗାମୀ ବର୍ଷା ଦିନ ପୂର୍ବରୁ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

The construction of the Mahanadi Bridge was ordered to be completed before rainy season
ବର୍ଷା ଦିନ ପୂର୍ବରୁ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ
author img

By

Published : Dec 10, 2020, 2:12 PM IST

ବୌଦ୍ଧ: ସରିବାର ନାଁ ଧରୁନି ଧଳପୁର ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ। ଗତ ସୋମବାର ଦିନ ନାବାର୍ଡ ମୁଖ୍ୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଆଗାମୀ ବର୍ଷା ଦିନ ପୂର୍ବରୁ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବହୁ ଦିନର ଦାବି ଫଳରେ ଉଭୟ ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ସଂଯୋଗ ପାଇଁ ଧଳପୁର ଠାରେ ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ 169 କୋଟି ଟଙ୍କା ବ୍ୟୟ ଅଟକଳରେ ଗତ 2016 ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ 2019 ମସିହାରେ ସମ୍ପୂର୍ଣ୍ଣ ହେବାର ଥିଲା । କିନ୍ତୁ ଅବଧି ସରିବାର ବର୍ଷେ ପରେ ମଧ୍ୟ ସେତୁର ସତୁରୀ ପ୍ରତିଶତ କାର୍ଯ୍ୟ ମଧ୍ୟ ସରିପାରି ନାହିଁ ।

ବର୍ଷା ଦିନ ପୂର୍ବରୁ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଗତ ସୋମବାର ଦିନ ନାବାର୍ଡ ସଂସ୍ଥାର ମୁଖ୍ୟଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଆଗାମୀ ବର୍ଷା ଦିନ ପୂର୍ବରୁ ତୁରନ୍ତ ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସହିତ ଦୁଇ ପାର୍ଶ୍ଵର ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କିନ୍ତୁ ବୁଦ୍ଧିଜୀବୀ ସେତୁ ନିର୍ମାଣ ସମ୍ପୂର୍ଣ୍ଣ କୁନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ପ୍ରାୟ ଦୁଇ ବର୍ଷ ତଳେ ଠିକାସଂସ୍ଥାର ମ୍ୟାନେଜର ଇଟିଭି ଭାରତକୁ ସମୟ ମଧ୍ୟରେ ସେତୁ ସମ୍ପୂର୍ଣ୍ଣ ହେବା ନେଇ ଦମ୍ଭୋକ୍ତି ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.