ETV Bharat / state

ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ନାଗରିକ କମିଟି - ବୌଦ୍ଧ ନାଗରିକ କମିଟି ଆନ୍ଦୋଳନ ଚେତାବନୀ

ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମ୍ୟୁନିସିପାଲଟିରେ ପରିଣତ ସହ ଆରଡିସି ସ୍ଥାନାନ୍ତର ପ୍ରସଙ୍ଗ ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଐତିହାସିକ ସ୍ମାରକସ୍ଥଳୀର ଆର୍ଥିକ ପ୍ୟାକେଜର କାର୍ଯ୍ୟକାରିତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ନାଗରିକ କମିଟି । ଅଧିକ ପଢନ୍ତୁ...

ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ନାଗରିକ କମିଟି

author img

By

Published : Oct 23, 2021, 8:08 PM IST

ବୌଦ୍ଧ: ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ନାଗରିକ କମିଟି । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମ୍ୟୁନିସିପାଲଟିରେ ପରିଣତ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି ।

ଜିଲ୍ଲାର ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ନାଗରିକ କମିଟି

୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ‘‘ବୌଦ୍ଧ ଗଡ ପୌର ପରିଷଦ’’ ମ୍ୟୁନିସିପାଲଟିରେ ପରିଣତ ପାଇଁ ସମସ୍ତ ଯୋଗ୍ୟତା ହାସଲ କରିଥିବା ସତ୍ତ୍ୱେ ରାଜନୈତିକ ଇଛାଶକ୍ତି ଅଭାବରୁ ଏନେଇ କୌଣସି ଅଗ୍ରଗତି ଘଟିପାରୁ ନାହିଁ । ସେହିପରି ବୌଦ୍ଧ ଜିଲ୍ଲା ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଠାରୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧିନକୁ ଆଣିବା ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ଚୂଡାନ୍ତ ହୋଇଥିଲେ ମଧ୍ୟ ଏହାର କୌଣସି ଅଗ୍ରଗତି ଘଟୁନାହିଁ । ଫଳରେ ଦିନକୁ ଦିନ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ସେପଟେ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଐତିହାସିକ ସ୍ମାରକ ସ୍ଥଳୀ ଚାରିଶମ୍ଭୁର ହରିହର ମନ୍ଦିରର ବିକାଶ ପାଇଁ ଦୁଇ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୪ କୋଟି ଟଙ୍କାର ପ୍ୟାକେଜ କେବଳ ଘୋଷଣାରେ ରହିଯାଇଛି । ତେଣୁ ଏଭଳି ସମସ୍ୟାକୁ ନେଇ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏନେଇ ଆସନ୍ତା ୧୦ ତାରିଖରେ ନାଗରିକ କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.