ETV Bharat / state

କୋଭିଡ ଆଇନ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି - ମାସ୍କ ଓ ସାନିଟାଇଜର ବଣ୍ଟନ

କୋରୋନା ସମୟରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ ନିୟମ ମାନି ମାସ୍କ ପିନ୍ଧି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ କଟକଣାକୁ ଫୁ' କରି ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

କୋଭିଡ ଆଇନ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

author img

By

Published : Jun 13, 2021, 9:48 PM IST

ବୌଦ୍ଧ: କୋଭିଡ କଟକଣାକୁ ଉଲଙ୍ଘନ କରି ମାସ୍କ ବଣ୍ଟନ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପିର ତୀବ୍ର ବିରୋଧ । କୋଭିଡ କଟକଣା ଉଲଙ୍ଘନ ପୁଣି କୌଣସି ସାଧାରଣ ଲୋକ କିମ୍ବା ଅନୁଷ୍ଠାନ ବିରୋଧରେ ନୁହଁ । ଗତକାଲି ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନର ସହଯୋଗ ରେ ବିଧାୟକ ପାଣ୍ଠିରୁ ଶତାଧିକ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛୋଟ ଛୋଟ ଅଙ୍ଗନବାଡି ଛୁଆଙ୍କୁ ସାମିଲ କରାଯାଇଥିବାରୁ ଜିଲ୍ଲା ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ କରିଛି ।

କୋଭିଡ ଆଇନ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି
କୋଭିଡ ଆଇନ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି
କୋଭିଡ ଆଇନ ଉଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ରବିବାର ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ବିଜେପି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ,ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ଗତକାଲିର କାର୍ଯ୍ୟକ୍ରମ କୋଭିଡ ଆଇନର ଖୋଲାଖୋଲି ଉଲଙ୍ଘନ କରାଯାଇଥିବା ନେଇ ଅଭିଯୋଗ ସହ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ଯଦି ଏନେଇ କୌଣସି ସୁଫଳ ନ ମିଳେ, ତେବେ ଜିଲ୍ଲା ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.