ETV Bharat / state

ଟିକାଦାନ କେନ୍ଦ୍ରରେ ପୋଷ୍ଟର ରାଜନୀତିକୁ ନେଇ ଉତ୍ତେଜନା - ବୌଦ୍ଧ ଦଳୀୟ ଚିହ୍ନ ରାଜନୀତିକୁ ନେଇ ଉତ୍ତେଜନା

ଟିକାଦାନ କେନ୍ଦ୍ରରେ ଜିଲ୍ଲା ବିଜେପିର ଦଳୀୟ ଚିହ୍ନ ଓ ସ୍ଥାନୀୟ ନେତାଙ୍କ ଫଟୋକୁ ନେଇ ବୌଦ୍ଧ ବିଜେଡିର ତୀବ୍ର ପ୍ରତିକ୍ରିୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାଦୀୟ ବ୍ୟାନର ଗୁଡିକୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ...

ଟିକାଦାନ କେନ୍ଦ୍ରରେ ଦଳୀୟ ଚିହ୍ନ ରାଜନୀତିକୁ ନେଇ ଉତ୍ତେଜନା

author img

By

Published : Jun 23, 2021, 9:21 PM IST

ବୌଦ୍ଧ: ଟିକାଦାନ କେନ୍ଦ୍ରରେ ପୋଷ୍ଟର ରାଜନୀତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଟିକାଦାନ ଠିକଠାକ ଚାଲିଥିଲା ।

ଟିକାଦାନ କେନ୍ଦ୍ରରେ ଦଳୀୟ ଚିହ୍ନ ରାଜନୀତିକୁ ନେଇ ଉତ୍ତେଜନା

ତେବେ ଏଭଳି ସମୟରେ ଜିଲ୍ଲା ବିଜେପି ସ୍ଥାନୀୟ ଟାଉନ ହଲ ଠାରେ ଗତକାଲି(ମଙ୍ଗଳବାର) ଟିକାଗ୍ରହଣ ପରେ ପ୍ରଦାନ କରାଯାଉଥିବା ସ୍ଲିପରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିରୋଧ କରିଥିଲେ । ଏଥିସହିତ ଟିକାଦାନ ସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଫୋଟ ସହିତ ଦଳୀୟ ଚିହ୍ନ ତଥା ସ୍ଥାନୀୟ ନେତାଙ୍କ ଫଟୋର ଏକ ବ୍ୟାନର ଲଗାଇଥିଲେ ।

ଫଳରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବିବାଦୀୟ ବ୍ୟାନରକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏଭଳି ଅପ୍ରିତିକର ପରିସ୍ଥିତି ପାଇଁ ବିଜେଡି ପକ୍ଷରୁ କଡା ସମାଲୋଚନା ସହିତ ଏନେଇ ଥାନାରେ ଅଭିଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ବିଜେପିର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏହା ରାଜ୍ୟ ବିଜେପିର ନିଷ୍ପତ୍ତି ବୋଲି କୁହାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.