ETV Bharat / state

ରାଷ୍ଟ୍ରପତି ପୁରସ୍କାର ପାଇବେ ବୌଦ୍ଧର ଶିକ୍ଷକ - ବୌଦ୍ଧ

କୃତି ଶିକ୍ଷକ ଭାବରେ ରାଷ୍ଟ୍ରପତି ପୁରଷ୍କାର ପାଇବାକୁ ଘୋଷଣା ହେବା ପରେ ବୌଦ୍ଧର କୃତି ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ।

ରାଷ୍ଟ୍ରପତି ପୁରସ୍କାର ପାଇବେ ବୌଦ୍ଧ ଶିକ୍ଷକ
ରାଷ୍ଟ୍ରପତି ପୁରସ୍କାର ପାଇବେ ବୌଦ୍ଧ ଶିକ୍ଷକ
author img

By

Published : Aug 24, 2020, 5:10 PM IST

ବୌଦ୍ଧ: ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରୁ ୪୭ ଜଣ କୃତି ଶିକ୍ଷକଙ୍କ ନାମ ଘୋଷଣା ହୋଇଛି । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ନାମ ରହିଛି । ଜଣେ ଭୂବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୌଦ୍ଧ ଜିଲ୍ଲା ସରସରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ।

ରାଷ୍ଟ୍ରପତି ପୁରସ୍କାର ପାଇବେ ବୌଦ୍ଧ ଶିକ୍ଷକ

ବସନ୍ତଙ୍କ ନାମ ଘୋଷଣା ପରେ ବୌଦ୍ଧରେ ଖୁସିର ଲହରୀ ଖେଳିଯାଇଛି । ସେ କେବଳ ଶିକ୍ଷା ନୁହେଁ ବରଂ କଳା,ସଂସ୍କୃତି ଓ ପରମ୍ପରା ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ । ସେ ପୂର୍ବରୁ ମଧ୍ୟ ଅନେକ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇସାରିଛନ୍ତି । ତେବେ ଏହି ଜାତୀୟ ପୁରସ୍କାର ପାଇଁ ତାଙ୍କ ନା ଘୋଷଣା ପରେ ସେ ଆନନ୍ଦ ପ୍ରକାଶ କରିବା ସହ ନୂତନ ଶିକ୍ଷା ନୀତିରେ ଲୁପ୍ତ ପ୍ରାୟ କଳା କଣ୍ଢେଇ ଖେଳକୁ ସାମିଲ କରାଯାଇଥିବାରୁ ସେ ବେଶ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.