ETV Bharat / state

ମଣିଷର ସାରା ଜୀବନ ଶିକ୍ଷାର କ୍ଷେତ୍ର - ଗୁରୁ ଦିବସ 2022

ଜୀବନର ପ୍ରତିଟି ମୂହୁର୍ତ୍ତରେ ଗୁରୁଙ୍କ ଅବଦାନ ରହିଛି । ଗୁରୁ ଦିବସରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପିକା ପ୍ରୀତିଧାରା ସାମଲ ନିଜ ଗୁରୁଙ୍କୁ ମନେ ପକାଇଛନ୍ତି । ଅଧିକ ପଢ଼ନ୍ତୁ

koraput govt college odia professor says on teachers day
ଜୀବନର ପ୍ରତିଟି ମୂହୁର୍ତ୍ତରେ ଗୁରୁଙ୍କ ଅବଦାନ
author img

By

Published : Sep 6, 2022, 7:06 AM IST

କୋରାପୁଟ: ମଣିଷର ସାରା ଜୀବନ ଶିକ୍ଷାର କ୍ଷେତ୍ର ଏବଂ ପ୍ରତି ମୁହୂର୍ତ୍ତରେ ଜୀବନର ଧାରାରେ କିଛି ନା କିଛି ଶିଖିବା ପାଇଁ ସୁଯୋଗ ରହିଥାଏ । ଜୀବନର ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ଅବଦାନ ଥିବା କହିଛନ୍ତି, କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଥିବା ପ୍ରୀତିଧାରା ସାମଲ ।

ଗୁରୁ ଦିବସ ଅବସରରେ ସେ ତାଙ୍କ ଗୁରୁଙ୍କୁ ମନେ ପକାଇ କହିଛନ୍ତି, "ଶ୍ରୀ ଅରବିନ୍ଦ କହିଛନ୍ତି ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ଆଜୀବନ ଏହା ଚାଲିଥାଏ । ଯଦିଓ ମୁଁ ଜଣେ ଅଧ୍ୟାପିକା, କିନ୍ତୁ ଏବେ ବି ମୋ ଗୁରୁମାନଙ୍କଠାରୁ ଶିଖୁଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପଢ଼ାଇବା ପୂର୍ବରୁ ବିଶେଷ କରି ଛାନ୍ଦ, ଚମ୍ପୁ , ପୁରାଣ ପ୍ରଭୃତିକୁ ଆବୃତ୍ତି ମାଧ୍ୟମରେ କିପରି ପଢ଼ାଇ ହୁଏ ଓ ତାକୁ ଆହୁରି କେତେ ସରସ ସୁନ୍ଦର କରିହେବ ସେ ସମ୍ପର୍କରେ ଅଧିକ ଜାଣିବାର ଆଗ୍ରହ ଗୁରୁ ଉମାକାନ୍ତ ଦାସଙ୍କ ପାଖକୁ ଟାଣିନିଏ । ଆଧୁନିକ ସାହିତ୍ୟ ପଢ଼ାଇବା ସମୟରେ ଅଗାଧ ଜ୍ଞାନ ଆହରଣ କରିଥିବା ନାରାୟଣ ପଣ୍ଡା ସାରଙ୍କଠାରୁ ଦୁଇପଦ ଶୁଣିଲେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କୁ ଅଧିକ ତଥ୍ୟ ପ୍ରଦାନ କରିହୁଏ ।"

ଜୀବନର ପ୍ରତିଟି ମୂହୁର୍ତ୍ତରେ ଗୁରୁଙ୍କ ଅବଦାନ

ଏହା ମଧ୍ୟ ପଢ଼ନ୍ତୁ: Teacher's Day: ଛାତ୍ରଛାତ୍ରୀଙ୍କ ସହ ଗୁରୁ ଦିବସ ପାଳିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଜୀବନରେ ଗୁରୁଙ୍କ ଅବଦାନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ଓ ଶିଷ୍ୟ ମଧ୍ୟରେ ଶିଖିବା ଏବଂ ଜାଣିବା ପରମ୍ପରା ବୟସ କିମ୍ବା ପଦପଦବୀରେ ସୀମିତ ହୋଇ ରହେନାହିଁ । ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.