ETV Bharat / state

ନକଲି ସାର୍ଟିଫିକେଟରେ ହୋଇଥିଲେ ଶିକ୍ଷକ, ଧରାପଡ଼ି ଚାକିରିରୁ ହେଲେ ବିଦା - ବୌଦ୍ଧରେ ନକଲି ସାର୍ଟିଫିକେଟ କାରବାର

ପୁଣିଥରେ ସାମ୍ନାକୁ ଆସିଲା ନକଲି ଓଟିଇଟି ସାର୍ଟିଫିକେଟ ମାମଲା । ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

ନକଲି ସାର୍ଟିଫିକେଟରେ ହୋଇଥିଲେ ଶିକ୍ଷକ, ଧରାପଡ଼ି ଚାକିରିରୁ ହେଲେ ବିଦା

author img

By

Published : Nov 9, 2021, 9:56 PM IST

ବୌଦ୍ଧ: ପୁଣିଥରେ ସାମ୍ନାକୁ ଆସିଲା ନକଲି ଓଟିଇଟି ସାର୍ଟିଫିକେଟ ମାମଲା ଶିକ୍ଷା ବିଭାଗରେ ଦୁର୍ନୀତି ଥମିବାର ନା ଧରୁନି । ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟରେ ଯୋଗ ଦେବାପରେ ଶିକ୍ଷା ବିଭାଗରେ ସଂସ୍କାର ଆଣିବାରେ ବିଫଳ ରହିଛନ୍ତି । ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ ଗତ କିଛି ମାସ ପୂର୍ବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ନକଲି ଓଟିଇଟି ସାର୍ଟିଫିକେଟ ଦେଇ ନିୟମିତ ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ଶିକ୍ଷା ବିଭାଗ ହାତରେ ଏଭଳି ୪୦ ଜଣ ଶିକ୍ଷକ ଧରାପଡି ନିଲମ୍ବିତ ହୋଇଥିଲେ ।

ନକଲି ସାର୍ଟିଫିକେଟରେ ହୋଇଥିଲେ ଶିକ୍ଷକ, ଧରାପଡ଼ି ଚାକିରିରୁ ହେଲେ ବିଦା

ଏହି ନକଲି ସାର୍ଟିଫିକେଟ ମାମଲାରେ ଆହୁରି କେତେକ ଶିକ୍ଷକ ରହିଥିବା ମନେ ହେଉଛି । କାରଣ ବର୍ତ୍ତମାନ ପୁଣିଜଣେ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜିଲ୍ଲାର ଏକମାତ୍ର ତୃତୀୟ ଲିଙ୍ଗ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଛି ।

ଖାଲି ସେତିକି ନୁହେଁ ତାଙ୍କୁ ଉକ୍ତ ନକଲି ସାର୍ଟିଫିକେଟ ଯୋଗାଇ ଦେଇଥିବା କନ୍ଧମାଳ ଜିଲ୍ଲାର ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି । ଦୁଇ ଜଣଙ୍କ ନାଁରେ ବୌଦ୍ଧ ଜିଲ୍ଲାପାଳ ବୌଦ୍ଧ ଥାନାରେ ଏତଲା ଦେଇଛନ୍ତି । ନକଲି ସାର୍ଟିଫିକେଟ ହାତେଇ ଜିଲ୍ଲାର ବିଭିନ୍ନ ବିଭାଗରେ ଚାକିରି ହାତେଇଥିବା ଅଭିଯୋଗ ହେଉଛି । ଏସବୁର ଉଚ୍ଚସ୍ତରୀୟ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.