ETV Bharat / state

ଶିକ୍ଷକ ବସନ୍ତ କୁମାର ସାହୁ ପାଇଲେ ରାଷ୍ଟ୍ରପତି ପୁରସ୍କାର - ରାଷ୍ଟ୍ରପତି ପୁରସ୍କାର

ବୌଦ୍ଧ ଜିଲ୍ଲା ସରସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ପାଇଲେ ରାଷ୍ଟ୍ରପତି ପୁରସ୍କାର ।

କୃତି ଶିକ୍ଷକ ବସନ୍ତ କୁମାର ସାହୁ ପାଇଲେ ରାଷ୍ଟ୍ରପତି ପୁରସ୍କାର

author img

By

Published : Sep 5, 2020, 8:56 PM IST

ବୌଦ୍ଧ: ଗୁରୁ ଦିବସରେ ବୌଦ୍ଧର କୃତି ଗୁରୁ ପାଇଲେ ସର୍ବୋଚ୍ଚ ସମ୍ମାନ । ମର୍ଯ୍ୟାଦାଜନକ ଜାତୀୟ ପୁରସ୍କାରକୁ ଜିଲ୍ଲାପାଳ ପ୍ରଦାନ କରିଥିବା ବେଳେ କୃତି ଶିକ୍ଷକ ନିଜ ଭାବାବେଗକୁ ବର୍ଣ୍ଣନା କରିଥିଲେ ।

କୃତି ଶିକ୍ଷକ ବସନ୍ତ କୁମାର ସାହୁ ପାଇଲେ ରାଷ୍ଟ୍ରପତି ପୁରସ୍କାର
ଆଜି ଗୁରୁ ଦିବସ ଅବସରରେ ଜାତୀୟ ସ୍ତରରେ କୃତି ଶିକ୍ଷକ ମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଏଥିପାଇଁ ମନୋନୀତ ହୋଇଥିଲେ । ତନ୍ମଧ୍ୟରୁ ଜଣେ ବୌଦ୍ଧ ଜିଲ୍ଲା ସରସରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ । କୋରୋନା କଟକଣା ଯୋଗୁଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ବୌଦ୍ଧଠାରେ ପ୍ରଦାନ କରାଯାଇଛି । ଆଜି ପ୍ରଥମେ ଭିଡିଓ କନଫରେନ୍ସିଂ ଯୋଗେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ପ୍ରଦାନ ସହ ମାନପତ୍ର ଓ ରାଷ୍ଟ୍ରପତି ମେଡାଲ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମସ୍ତ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ବସନ୍ତ ସାରଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ କୃତି ଶିକ୍ଷକ ନିଜ ଭାବାବେଗକୁ ବର୍ଣ୍ଣନା କରିଥିଲେ ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.