ETV Bharat / state

ଏଣିକି ଅନଲାଇନରେ ହେବ ଟିକସ ପୈଠ

author img

By

Published : Nov 3, 2020, 11:05 AM IST

ଅନଲାଇନରେ ଟିକସ ପୈଠ କରିବାକୁ ବୌଦ୍ଧ ଜିଲ୍ଲାରେ ପିଓଏସ ମେସିନର ଲୋର୍କାପଣ କଲେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଅଧିକ ପଢନ୍ତୁ...

ଏଣିକି ଅନଲାଇନରେ ହେବ ଟିକସ ପୈଠ
ଏଣିକି ଅନଲାଇନରେ ହେବ ଟିକସ ପୈଠ

ବୌଦ୍ଧ: ଏଣିକି ଆନଲାଇନରେ ହେବ ଟିକସ ପୈଠ । ବୌଦ୍ଧ ଜିଲ୍ଲାର ପୌରାଞ୍ଚଳବାସୀ ଏଣିକି ଅନଲାଇନ ଜରିଆରେ ସବୁ ଦେୟ ପୈଠ କରିବେ । ଏନେଇ ବୌଦ୍ଧ ଜିଲ୍ଲାପାଳ ଅନଲାଇନ ବ୍ୟବସ୍ଥାକୁ ଲୋକାର୍ପିତ କରିବା ସହ ମୋ ଖତ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏଣିକି ଅନଲାଇନରେ ହେବ ଟିକସ ପୈଠ

ସରକାରଙ୍କ ନିଷ୍ପତ୍ତି କ୍ରମେ ପୌରାଞ୍ଚଳର ଟିକସ ପୈଠ ବ୍ୟବସ୍ଥା ଏଣିକି ଅନଲାଇନ ମାଧ୍ୟମରେ ହେବ । ଏ ନେଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପୌରାଞ୍ଚଳରେ ପିଓଏସ ମେସିନର ଲୋକାର୍ପଣ କରିଛନ୍ତି ।

ଏଥି ସହ ବୌଦ୍ଧ ଏନଏସି ଦ୍ବାରା ପ୍ରସ୍ତୁତ କମ୍ପୋଷ୍ଟ ଖତକୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଆଗାମୀ ଦିନରେ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ଜଙ୍ଗଲ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଜିଲ୍ଲାପାଳ ମୋ ଖତ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ସେପଟେ ଜିଲ୍ଲାର ଥିବା ଏକମାତ୍ର ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ଜିଲ୍ଲାର ସାଇଶ୍ରୀ ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିଛନ୍ତି । ମଙ୍ଗଳବାର ଜିଲ୍ଲାପାଳ ଆହାର କେନ୍ଦ୍ରରେ ପହଞ୍ଚି ମହିଳାମାନଙ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରିଥିଲେ । ମଙ୍ଗଳବାର ଦୁର୍ନୀତି ନିବାରଣ ସପ୍ତାହର ଶେଷ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ଶପଥ ପାଠ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.