ବୌଦ୍ଧ : ବାଲ୍ୟବିବାହ ମୁକ୍ତ ବ୍ଲକ ଗଠନ ଉଦ୍ଦେଶ୍ୟରେ ଗଠିତ ହେଲା ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ଅଠର ବର୍ଷରୁ କମ ନାବାଳିକା ବିବାହ ଉଦବେଗ ଜନକ ରହିଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ବିଗତ କିଛି ଦିନ ହେଲା ଉଦ୍ୟମ ଆରମ୍ଭ ହୋଇଛି । କଣ୍ଟାମାଳ ବ୍ଲକର ସମୁଦାୟ 24ଟି ପଞ୍ଚାୟତରେ ଏଭଳି ସାମାଜିକ କୁସଂସ୍କାର ଦୂର କରିବାକୁ ବ୍ଲକ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ ବ୍ଲକ ଅଧ୍ୟକ୍ଷ, ବିଡ଼ିଓ ଏବଂ ସିଡିପିଓ ପ୍ରମୁଖଙ୍କୁ ନେଇ ଏକ ଟାସ୍କଫୋର୍ସ କମିଟି ଗଠନ ହୋଇଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ କମିଟି ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର 50ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏନେଇ ରହିଥିବା କଡା ଆଇନ ତଥା ବ୍ୟବସ୍ଥା ସମ୍ପର୍କରେ କଣ୍ଟାମାଳ ସିଡିପିଓ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ