ETV Bharat / state

ଗ୍ରୀଷ୍ମ ପ୍ରକୋପ, ତତଲା କଡେଇରେ ଭାଜି ହେଉଛି ବୌଦ୍ଧ - boudh news

ବୌଦ୍ଧ ଜିଲ୍ଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଜିଲ୍ଲାର ତାପମାତ୍ରା 43 ଡିଗ୍ରୀ ଉପରେ ରହୁଥିବାରୁ ଖାଲି ଖାଲି ରାସ୍ତା ଘାଟ । ଅଧିକ ପଢନ୍ତୁ....

ତତଲା କଡେଇରେ ଭାଜି ହେଉଛି ବୌଦ୍ଧ
ତତଲା କଡେଇରେ ଭାଜି ହେଉଛି ବୌଦ୍ଧ
author img

By

Published : May 24, 2020, 2:54 PM IST

Updated : May 24, 2020, 3:15 PM IST

ବୌଦ୍ଧ: ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଖରା ଓ ଗୁଳୁଗୁଳିର ପ୍ରକୋପ ବଢିବାରେ ଲାଗିଛି । ଯାହାଦ୍ବାରା ଅସ୍ତବ୍ୟସ୍ତ ହୋଇପଡିଲେଣି ଜନଜୀବନ । ଜିଲ୍ଲାରେ ଚଳିତବର୍ଷ ତାପମାପକ ଯନ୍ତ୍ର ସ୍ଥାପନ ହୋଇଥିବା କାରଣରୁ ଖାରର ପ୍ରକୋପ ବୃଦ୍ଧି ସହ ଗୁଳିଗୁଳିର ମାତ୍ରାରେ ବୃଦ୍ଧି ବିଷୟରେ ସୂଚନା ମିଳିପାରୁଛି ।

ଗ୍ରୀଷ୍ମ ପ୍ରକୋପ, ତତଲା କଡେଇରେ ଭାଜି ହେଉଛି ବୌଦ୍ଧ

ତେବେ ବର୍ତ୍ତମାନ ଠାରୁ ଜିଲ୍ଲାର ତାପମାତ୍ରା 43 ଡିଗ୍ରୀ ଉପରେ ରହୁଥିବାରୁ ଏହା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି । ସେପଟେ ରାଜ୍ୟ ସରକାର ଜିଲ୍ଲାର ଗରମକୁ ଲକ୍ଷ୍ୟ କରି ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛନ୍ତି । ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଦିନ 10ଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି ।

ଯେଉଁ ଲୋକମାନେ ଦରକାର କାମରେ ଘରୁ ବାହାରୁଛନ୍ତି ସେମାନେ ମୁଣ୍ଡରେ ଓଦା ଗାମୁଛା, ଛତା ନେଇଯାଉଥିବା ଦେଖିବାକୁ ମିଳିଛି । ତାତି ବଢିବା ସହ ଲସି, ଲେମ୍ବୁ ପାଣି, ପଇଡ ଭଳି ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 24, 2020, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.