ETV Bharat / state

ଜିଲ୍ଲା ପୋଲିସକୁ ସଫଳତା, ଜଣେ କୁଖ୍ୟାତ ଅପରାଧୀ ଗିରଫ - hardcore criminal arrested

ବୌଦ୍ଧ ଜିଲ୍ଲା ପୋଲିସର ତତ୍ପରତା ଫଳରେ କିଛି ଦିନ ହେବ ପୋଲିସକୁ ଅନେକ ସଫଳତା ମିଳିଛି । ଜଣେ ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀକୁ ଧରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

ଜିଲ୍ଲା ପୋଲିସକୁ ସଫଳତା
ଜିଲ୍ଲା ପୋଲିସକୁ ସଫଳତା
author img

By

Published : Mar 16, 2021, 11:07 AM IST

ବୌଦ୍ଧ: ଜିଲ୍ଲା ପୋଲିସକୁ ସଫଳତା । ଜଣେ ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ ।

ଜିଲ୍ଲାର ଅନେକ ଦିନ ହେବ ଚୋରି,ଡକାୟତି ଓ ନିଶାଦ୍ରବ୍ୟ କାରବାର ବଢି ଚାଲିଥିଲା । ଏ ନେଇ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ଏହି କିଛି ଦିନ ହେବ ଆକ୍ସନ ମୁଡକୁ ଆସିଛି ଜିଲ୍ଲା ପୋଲିସ । ଜିଲ୍ଲା ପୁରୁଣାକଟକ ଥାନା ନିକଟରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ଜିଲ୍ଲା ପୋଲିସକୁ ସଫଳତା

ଅପରାଧୀକୁ ଗାଡି ଚେକିଂ ଆଳରେ କାବୁ କରାଯାଇ ଭୁବନେଶ୍ବର ଏସଟିଏଫକୁ ହସ୍ତାନ୍ତର କରାଯାଇଥିଲା । ସେହିପରି ବୌଦ୍ଧ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରିଟି ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହୋଇଛି । ରବିବାର ଏକ ବାଇକରେ ଚୋରା ଚାଲାଣ ଗଞ୍ଜେଇକୁ ଦୁଇ ଜଣ ଖାକିଧାରୀ ଡିଲ କରି ଛାଡିଦେଉଥିବା ବେଳେ ବୌଦ୍ଧ ପୋଲିସ କାବୁ କରି ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରିଛି । ଏନେଇ ବୌଦ୍ଧ ଏସପି ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାର ପୋଲିସ କନେଷ୍ଟବଳ ଓ ହାବିଲଦାର ସଂଘର କର୍ମକର୍ତ୍ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଏସପି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.