ETV Bharat / state

୧୬ ବର୍ଷ ହେବ ସରୁନି ଷ୍ଟାଡିୟମ କାର୍ଯ୍ୟ, ଅଧୁରା ଖେଳାଳିଙ୍କ ସ୍ବପ୍ନ - ବୋଦ୍ଧ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ

ଦୀର୍ଘ ୧୬ ବର୍ଷ ହେବ ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ଖେଳ ଓ ଖେଳାଳିଙ୍କୁ ନେଇ ବିରାଟ ସମ୍ଭାବନା ଅଧାରେ ରହିଯାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

୧୬ ବର୍ଷ ହେବ ଅଧାରେ ଷ୍ଟାଡିୟମ କାର୍ଯ୍ୟ, ସ୍ବପ୍ନରେ ଖେଳାଳିଙ୍କ ସ୍ବପ୍ନ

author img

By

Published : Sep 8, 2021, 1:26 PM IST

ବୌଦ୍ଧ: ଜିଲ୍ଲାରେ ଖେଳ ଓ ଖେଳାଳିଙ୍କୁ ନେଇ ବିରାଟ ସମ୍ଭାବନା ରହିଥିଲେ ମଧ୍ୟ ଷ୍ଟାଡିୟମ ଓ ସନ୍ତରଣାଗାର କାମରେ ଲାଗୁନାହିଁ । ଏହାର ଉନ୍ନତି ପାଇଁ ଦୀର୍ଘ ଦିନ ହେବ କେବଳ ଖର୍ଚ୍ଚ ଉପରେ ଖର୍ଚ୍ଚ ଚାଲିଛି ହେଲେ କୌଣସି ସୁଫଳ ମିଳିପାରୁ ନାହିଁ । ଫଳରେ ଏଠାକାର କ୍ରୀଡାବିତଙ୍କ ସ୍ବପ୍ନ ଏକ ପ୍ରକାର ସ୍ବପ୍ନରେ ହିଁ ରହିଯାଉଛି ।

୧୬ ବର୍ଷ ହେବ ଅଧାରେ ଷ୍ଟାଡିୟମ କାର୍ଯ୍ୟ, ସ୍ବପ୍ନରେ ଖେଳାଳିଙ୍କ ସ୍ବପ୍ନ

ଲଟା ଓ ବୁଦାରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲାର ଷ୍ଟାଡିୟମ ଓ ସନ୍ତରଣାଗାର ପରିସର । ଦୀର୍ଘ ୧୬ ବର୍ଷ ତଳେ ବୌଦ୍ଧ କଚେରୀ ଛକ ନିକଟରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ କେବଳ ଇନଡୋର ଷ୍ଟାଡିୟମ କାର୍ଯ୍ୟକ୍ଷମ ହୋଇପାରି ଥିବାବେଳେ ଅନ୍ୟ ସମସ୍ତ ଅଧପନ୍ତରିଆ ହୋଇ ପଡିରହିଛି ।ଷ୍ଟାଡିୟମ ପରିସରରେ ଜିଲ୍ଲା କ୍ରୀଡା ସଂସଦ ନାମରେ ଏକ କଠୋରୀ ଯୋଗାଇ ଦିଆଯାଇଛି । ସନ୍ତରଣରେ ଜିଲ୍ଲାର ଦଶରୁ ଊର୍ଦ୍ଧ୍ବ ଖେଳାଳୀ ଭାଗନେଇ କୃତିତ୍ୱ ହାସଲ କରିଛନ୍ତି । କିନ୍ତୁ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଷ୍ଟାଡିୟମ ପରିସରରେ ପାଞ୍ଚ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଦିନଟିଏ ମଧ୍ୟ ତାହା ଖେଳାଳିଙ୍କ କାମରେ ଲାଗି ନାହିଁ ।

ଉଦଘାଟନ ଦିନ ଠାରୁ ଲକଡାଉନ ଓ ସଟଡାଉନ ନାଁରେ ବନ୍ଦ ପଡିଛି ସନ୍ତରଣାଗାର । ଫଳରେ ସନ୍ତରଣାଗାର ପରିବେଶ ଗଛଲତା ଓ ଲଟାବୁଦାରେ ଭର୍ତ୍ତି ହୋଇଯାଇଛି । ସେପଟେ ଷ୍ଟାଡିୟମରେ ବାରମ୍ବାର ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରାଯାଇ ପରୋକ୍ଷରେ ଠିକାଦାର ଓ ବିଭାଗୀୟ ଅଧିକାରୀ ଟଙ୍କା ହଡପ୍ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.