ବୌଦ୍ଧ: ନୂଆବର୍ଷ ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ଏହି ଅବସରରେ ବୌଦ୍ଧ ଜିଲ୍ଲା ସଦରମହକୁମାଠାରୁ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ । ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏହି ଦିବ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ଜିଲ୍ଲା ସଦରମହକୁମାଠାରେ ଭକ୍ତଙ୍କୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀରାମ ମନ୍ଦିର । ବହୁ ସଂଘର୍ଷ ପରେ ଅଯୋଧ୍ୟା ନଗରୀରେ ପ୍ରତିଷ୍ଠା ହେଉଛି ଶ୍ରୀରାମଲାଲାଙ୍କ ଭବ୍ୟ ମନ୍ଦିର । ସେଥିପାଇଁ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ବର ନଜର ବର୍ତ୍ତମାନ ଏହି ଅଯୋଧ୍ୟା ନଗରୀ ଉପରେ ରହିଛି । ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାର ଏହି ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ତଥା ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ସବୁଆଡେ ଆଧ୍ୟାତ୍ମିକ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଆଜି ଇଂରାଜୀ ନବ ବର୍ଷ ଅବସରରେ ବୌଦ୍ଧ ଜିଲ୍ଲା ସଦର ମହକୁମାରୁ ଏହି ଦିବ୍ୟ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଅପରାହ୍ନ 12.20 ରେ ଆରମ୍ଭ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
ଏହା ମଧ୍ୟ ପଢନ୍ତୁ...ରାମମନ୍ଦିରକୁ ନେଇ ସାଇବର ଠକେଇ ଅଭିଯୋଗ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭିଏଚପିର ଦାବି
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ସଦର ମହକୁମାର କଳାଗ୍ରାମ ବୁଟୁପାଲିଠାରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଶ୍ରୀରାମ ଭକ୍ତମାନେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ବୁଟୁପାଲିର ଘରକୁ ଘର ବୁଲି ଏହି ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ବଣ୍ଟନ କରିବା ସହିତ ଜାନୁଆରୀ ୨୨ ତାରିଖ ଦିନ ସମସ୍ତେ ନିଜ ନିଜ ଗୃହ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୫ଟି ଦୀପ ପ୍ରଜ୍ବଳନ ପାଇଁ ଅନୁରୋଧ କରିଥିଲେ । ଆଜି ବୁଟୁପାଲିଠାରୁ ଏହି ଦିବ୍ୟ କାର୍ଯ୍ୟକ୍ରମ ର ଅୟମାରମ୍ଭ ହୋଇଥିବାରୁ ବୁଟୁପାଲି ଅଞ୍ଚଳବାସୀ ବେଶ ଆନନ୍ଦିତ ଥିବା କହିଛନ୍ତି ।
ଇଟିଭି ଭାରତ, ବୌଦ୍ଧ