ETV Bharat / state

କନ୍ଧ ସମ୍ପ୍ରଦାୟର ନିଆରା ଯାତ୍ରା 'ଝାଗିଡି'

ବୌଦ୍ଧ ଜିଲ୍ଲାର ଆଦିମ ଅଧିବାସୀଙ୍କ ମଧ୍ୟରେ କନ୍ଧ ସଂପ୍ରଦାୟ ଅନ୍ୟତମ । ଏମାନଙ୍କ ବିଚିତ୍ର ପରମ୍ପରା ଓ ଜୀବନଶୈଳୀ ଯୋଗୁଁ ଏମାନଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।

author img

By

Published : May 21, 2019, 8:06 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବାରଭାୟା ବତିଶ କନ୍ଧଙ୍କ ରାଜ୍ୟ ବୌଦ୍ଧ ଅଞ୍ଚଳ । ଏଠାରେ କାହିଁ କେଉଁ ଆଦିମ କାଳରୁ ବସବାସ କରିଆସୁଛନ୍ତି କନ୍ଧ ସଂପ୍ରଦାୟ । ଏମାନଙ୍କ ନିଆରା ପୂଜା ପରମ୍ପରା ଓ ସଂସ୍କୃତି ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଏମାନଙ୍କ ବିଭିନ୍ନ ଯାତ୍ରା ମଧ୍ୟରୁ ଝାଗିଡି ଯାତ୍ରା ଅନ୍ୟତମ ।

ପ୍ରକୃତିର ଯଥାର୍ଥ ଉପାସକ ବୋଲି ମଧ୍ୟ ଏମାନଙ୍କୁ କୁହାଯାଇପାରେ । କାରଣ ଧରଣୀ ପେନୁ ହେଉ ଅବା ବରା ପେନୁ ହେଉ ପ୍ରକୃତିର ସମସ୍ତ ଦାନକୁ ଏମାନେ ସାଦରେ ଗ୍ରହଣ କରିବାସହ ଦେବତା ଭାବେ ପୂଜା କରିଥାନ୍ତି । ଏହାବ୍ୟତୀତ କନ୍ଧ ପରମ୍ପରାରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭରେ ଝାଗିଡି ପ୍ରଚଳିତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମାଟି ମାଆକୁ ଏମାନେ ଧରଣୀପେନୁ ଭାବରେ ଅତ୍ୟନ୍ତ ଭକ୍ତି କରିବା ସହ ଝାଗିଡି ଯାତ୍ରା କାଳରେ ଢାଲ,ବର୍ଚ୍ଛା, ଟାଙ୍ଗୀ, ଖଣ୍ଡା ଭଳି ଅସ୍ତ୍ରକୁ ସ୍ବତନ୍ତ୍ର ପୂଜା ପରେ ରନ୍ଧା ମଦକୁ ପ୍ରସାଦ ଭଳି ମାଟି ମାଆଙ୍କୁ ଉତ୍ସର୍ଗ କରି ନିଜେ ସେବନ କରିଥାନ୍ତି । ଢୋଲ, ନିଷାଣ, ତାସା, ମହୁରୀର ତାଳେତାଳେ ଉଭୟ ପୁରୁଷ ଓ ମହିଳା ନାଚଗୀତରେ ମସଗୁଲ ହୋଇଥାନ୍ତି । ଏହାପରେ ଏକ ସ୍ବତନ୍ତ୍ର ପୂଜାରେ ବଳି ପ୍ରଦାନ କରାଯାଇ ମାଟି ମାଆଙ୍କୁ ଉତ୍ସର୍ଗ କରାଯାଏ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.