ବୌଦ୍ଧ: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ସ୍ବେଚ୍ଛାସେବୀ । ଗୁରୁବାର ଆଦିତ୍ୟଙ୍କ ମୃତ୍ୟୁର 18 ଦିନ ପରେ ତାଙ୍କ ଜନ୍ମ ମାଟି ବୌଦ୍ଧ ଜିଲ୍ଲାର 18 ଜଣ ସ୍ବେଚ୍ଛାସେବୀ ଏକତ୍ରିତ ହୋଇ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଥିସହ ସେମାନେ ନିଶା ବିରୋଧୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ଠିକରେ ହେଉନଥିବା ଅଭିଯୋଗ ଅଭିଯୋଗ କରିଛନ୍ତି । ଏଣୁ ସେମାନେ ଘଟଣାର ସିବିଆଇ ତଦନ୍ତ ଦାବୀ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ