ବୌଦ୍ଧ:ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିଷ୍ଠାର ଷାଠିଏ ବର୍ଷ ବିତିଗଲାଣି । ମ୍ୟୁନିସିପାଲିଟିରେ ପରିବର୍ତ୍ତିତ ପାଇଁ ଏକାନ୍ତ ଆବଶ୍ୟକ ରହିଥିଲେ ମଧ୍ୟ ଆବଶ୍ୟକ ଜନସଂଖ୍ୟା ଏଥିରେ ପ୍ରତିବନ୍ଧକ ସାଜିଛି ।
ଜିଲ୍ଲାର ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିଷ୍ଠାର ଷାଠିଏ ବର୍ଷ ବିତିଯାଇଥିଲେ ମଧ୍ୟ ମ୍ୟୁନିସିପାଲିଟି ହୋଇପାରୁନି । ଫଳରେ ବିଭିନ୍ନ ସମୟରେ ଏହାକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଦାବି ହୋଇ ଆସିଛି । ବୌଦ୍ଧ ଜିଲ୍ଲାର ଏକ ମାତ୍ର ଏନଏସି ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ 1961 ମସିହାରେ ପ୍ରତିଷ୍ଠା ହୋଇଥିଲା । ଇତି ମଧ୍ୟରେ ବୌଦ୍ଧ ଏନଏସିକୁ ଷାଠିଏ ବର୍ଷ ପୂର୍ତ୍ତି ହୋଇସାରିଲାଣି । କିନ୍ତୁ ଦୀର୍ଘ ଦିନହେଲା ଏହାକୁ ମ୍ୟୁନିସିପାଲିଟିରେ ପରିଣତ ପାଇଁ ବୌଦ୍ଧ ଜନସାଧାରଣ ଓ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି ।
ତେବେ ଏଥିପାଇଁ ଆବଶ୍ୟକ ଜନସଂଖ୍ୟା ଏଥିରେ ପ୍ରତିବନ୍ଧକ ହୋଇଥିବା ଜଣାପଡିଛି । ସେପଟେ ବୌଦ୍ଧକୁ ମ୍ୟୁନିସିପାଲିଟି ନିମନ୍ତେ ପରିସୀମା ଓ ଜନସଂଖ୍ୟା ଦୃଷ୍ଟିରୁ ବୌଦ୍ଧ ଏନଏସିର ସୀମାକୁ ଲାଗିଥିବା ସରସରା ପଞ୍ଚାୟତ ଓ ମୁର୍ଷୃଣ୍ଢି ପଞ୍ଚାୟତ ପ୍ରାୟ ସାତଟି ଗ୍ରାମ ସମିଶ୍ରଣର ଆବଶ୍ୟକତା ରହିଛି । ଉକ୍ତ ଦୁଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଏଥିପାଇଁ ସହଯୋଗ କରିବାକୁ ଖୋଦ ବୌଦ୍ଧ ବିଧାୟକ ଆହ୍ବାନ ଦେଇଛନ୍ତି । ସତରଟି ଓ୍ବାର୍ଡ ବିଶିଷ୍ଟ ବୌଦ୍ଧ ଏନଏସିରେ ମିଶ୍ରଣ ପାଇଁ ସମ୍ପୃକ୍ତ ଗ୍ରାମବାସୀମାନେ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ