ETV Bharat / state

ଭୈରବୀଙ୍କ ପୀଠ ଷୋଡଶ ଦିନାତ୍ମକ ପୂଜା

author img

By

Published : Sep 18, 2022, 8:37 AM IST

ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ଦେବୀ ମା' ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଗୁପ୍ତ ପୂଜନ ଉତ୍ସବ । ଅଧିକ ପଢନ୍ତୁ

ଭୈରବୀଙ୍କ ପୀଠ ଷୋଡଶ ଦିନାତ୍ମକ ପୂଜା
ଭୈରବୀଙ୍କ ପୀଠ ଷୋଡଶ ଦିନାତ୍ମକ ପୂଜା

ବୌଦ୍ଧ: ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଏବେ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ଦେବୀ ମା' ଭୈରବୀ(Maa Bhairabi)ଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଗୁପ୍ତ ପୂଜନ ଉତ୍ସବ । ଶନିବାର ମୂଳାଷ୍ଟମୀରେ ପୁଅଜୀଉନ୍ତିଆ ଅବସରରେ ଦେବୀଙ୍କ ବିଜୟ ପ୍ରତିମା ଓ ପାଟ୍ଟଖଣ୍ଡାକୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଘଣ୍ଟ ଘଣ୍ଟା, ବୀର କାହାଳୀ ଓ ଢୋଲ ବାଦ୍ୟର ତାଳେ ତାଳେ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଶାରଦୀୟ ଷୋହଳ ପୂଜା ।

ଭୈରବୀଙ୍କ ପୀଠ ଷୋଡଶ ଦିନାତ୍ମକ ପୂଜା

ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଦେବୀ ମା' ଭୈରବୀଙ୍କ ପୀଠ । ଏଠାରେ ପ୍ରାଚୀନ କାଳରୁ ଶାରଦୀୟ ଷୋହଳ ପୂଜା ସମ୍ପୂର୍ଣ୍ଣ ଗୁପ୍ତ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ପରମ୍ପରା ମୁତାବକ ମୂଳାଷ୍ଟମୀ ବା ପୁଅଜୀଉନ୍ତିଆ ଅବସରରେ ଦେବୀଙ୍କ ବିଜୟ ପ୍ରତିମା ଓ ପାଟ୍ଟଖଣ୍ଡାକୁ ମୁଖ୍ୟ ପୂଜକଙ୍କ ଗୃହରୁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଅଣାଯାଇଥିଲା । ଉକ୍ତ ପବିତ୍ର ସାମଗ୍ରୀ ଗୁଡିକୁ ମନ୍ଦିର ମଧ୍ୟରେ ସ୍ଥାପନ ସହିତ ମଧ୍ୟ ରାତ୍ରିରୁ ଷୋହଳ ପୂଜନ ଉତ୍ସବର ଅୟମାରମ୍ଭ ହୋଇଥାଏ । ଷୋହଳ ଦିନରେ ଦେବୀଙ୍କୁ ଷୋହଳ ବେଶରେ ପୂଜାର୍ଚ୍ଚନା କରାଯିବ, ଏହି ସମସ୍ତ ବିଧି ସମ୍ପୂର୍ଣ୍ଣ ମନ୍ଦିର ବନ୍ଦ ତଥା ବାହ୍ୟ ଆଲୋକ ରହିତରେ ସମାପନ କରାଯାଇଥାଏ । ଏଥିସହିତ କେବଳ ପୂଜକ ଓ ସେବାୟତଙ୍କୁ ଛାଡି ଅନ୍ୟ ସମସ୍ତ ଶ୍ରଦ୍ଧାଳୁ ଦେବୀ ଭୈରବୀଙ୍କ ଦର୍ଶନରୁ ବଞ୍ଚିତ ରହିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ଶାରଳାଙ୍କ ପୀଠରେ ଆଜିଠୁ ଷୋଡଶ ଦିନାତ୍ମକ ପୂଜା

ମହାଷ୍ଟମୀ ମଧ୍ୟ ରାତିରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ନବମୀ ଠାରୁ ଦେବୀ ଭୈରବୀ ପୁଣିଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ଏକ ନିଆରା ପରମ୍ପରା ପ୍ରାଚୀନ କାଳରୁ ଏହି ପବିତ୍ର ପୀଠରେ ପ୍ରଚଳିତ ହୋଇ ଆସିଥିବା ବେଳେ ଶନିବାର ଦେବୀ ଭୈରବୀଙ୍କ ବିଜୟ ପ୍ରତିମା ଓ ପାଟ୍ଟଖଣ୍ଡାକୁ ଦର୍ଶନ ପାଇଁ ପୁରୁଣାକଟକ ଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ସେହିପରି ଶନିବାର ମଧ୍ୟ ଜଗତସିଂହପୁର ଇଷ୍ଟଦେବୀ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଥିଲା । ପ୍ରତ୍ୟୁଷରୁ ଦେବୀ ଉତ୍ଥାପନ ନୀତି ପରେ ସହସ୍ର କୁମ୍ଭାଭିଷେକ ନୀତି ସମ୍ପର୍ଣ୍ଣ କରାଯାଇ ବିଭିନ୍ନ ସୁବାସିତ ଦ୍ରବ୍ୟରେ ମା' ଙ୍କୁ ସ୍ନାନ କରାଯାଇଥିଲା । ଶନିବାରଠାରୁ ଦଶହରା ପର୍ଯ୍ୟନ୍ତ ଏହିନୀତି ଅନୁଷ୍ଠିତ ହେବ । ରାଧାଷ୍ଟମୀ ଠାରୁ ଦେବୀ ଶୟନ ନୀତି କରାଯାଇ ମୂଳାଷ୍ଟମୀରେ ଶେଷ ହୋଇଥାଏ, ପରେ ଦେବୀ ଉତ୍ଥାପନ କରାଯାଇ ଷୋହଳ ଦିନ ଧରି ବିଭିନ୍ନ ବେଶ ଓ ପୂଜା ବିଭିନ୍ନ ଶକ୍ତି ପୀଠରେ ଅନୁଷ୍ଠିତ ହୋଇଥାଏ । ଯାହାକୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.