ETV Bharat / state

ଅଗ୍ନିକାଣ୍ଡରେ ଘର ପୋଡିକୁ ବିତିଲାଣି 6 ମାସ, ମିଳିନି ସରକାରୀ ସହାୟତା - fire broke out of artist house in boudh

ବୌଦ୍ଧ ଜିଲ୍ଲା ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ମହାକୁଡପାଲି ଗ୍ରାମର ଜନୈକ ବାନ୍ଧଶିଳ୍ପୀଙ୍କ ଘରେ ଗତ ପ୍ରାୟ 6 ମାସ ତଳେ ଗ୍ୟାସ ଟାଙ୍କିରେ ନିଆଁଲାଗି ସବୁକିଛି ପୋଡି ଛାରଖାର ହୋଇଯାଇଥିଲା । ହେଲେ ଏ ଯାଏଁ ସରକାରଙ୍କ ପକ୍ଷରୁ ମିଳିନି କୌଣସି ସୁବିଧା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନିଆଁ ଲାଗି ଘର ପୋଡିକୁ ବିତିଲାଣି 6 ମାସ, ମିଳିନି ସରକାରୀ ସହାୟତା

author img

By

Published : Sep 11, 2020, 6:00 PM IST

ବୌଦ୍ଧ: ରୋଷେଇ ଗ୍ୟାସ ଟାଙ୍କିରେ ନିଆଁଲାଗି ଗୋଟିଏ ପରିବାର ସର୍ବଶାନ୍ତ । ତେବେ ଘଟଣାର 6 ମାସ ବିତିଯାଇଥିଲେ ମଧ୍ୟ ଏଯାବତ କୌଣସି ସରକାରୀ ସହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି । ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ମହାକୁଡପାଲି ଗ୍ରାମର ।

ନିଆଁ ଲାଗି ଘର ପୋଡିକୁ ବିତିଲାଣି 6 ମାସ, ମିଳିନି ସରକାରୀ ସହାୟତା
ସୂଚନା ଅନୁସାରେ ଜନୈକ ବାନ୍ଧଶିଳ୍ପୀଙ୍କ ଘରେ ଗତ ପ୍ରାୟ 6 ମାସ ତଳେ ଗ୍ୟାସ ଟାଙ୍କିରେ ନିଆଁଲାଗି ସବୁକିଛି ପୋଡି ଛାରଖାର ହୋଇଯାଇଥିଲା । ହରଭଙ୍ଗା ତହସିଲ ପକ୍ଷରୁ ଅସହାୟ ପରିବାରକୁ କେବଳ ଏକ ପଲିଥିନ ଛାଡିଦେଲେ ଅନ୍ୟ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ବାନ୍ଧର ସମସ୍ତ ସାମଗ୍ରୀ ସହିତ ଘରର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଏକ ପଲିଥିନ ତଳେ ଏହି ଅସହାୟ ପରିବାରର ଜୀବନ କଟୁଛି । ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.