ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶଗଡା ଡ୍ୟାମ, ମନ ମୋହୁଛି ହେଲେ ନାହିଁ ସୁବିଧା - ପ୍ରକୃତି ପ୍ରେମୀ

ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତ ସଦର ମହକୁମାର ଅନତି ଦୂରରେ ବୋହିଯାଉଛି ବାଘନଦୀ । ବାଘନଦୀ କୁଳୁକୁଳୁ ହୋଇ ବୋହି ଯାଉଥିବା ବେଳେ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ ।

ମନ ମୋହୁଛି ହେଲେ ନାହିଁ ସୁବିଧା
ମନ ମୋହୁଛି ହେଲେ ନାହିଁ ସୁବିଧା
author img

By

Published : Jan 15, 2021, 1:18 PM IST

Updated : Jan 15, 2021, 1:59 PM IST

ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ବୌଦ୍ଧର ବାଘନଦୀ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ, କିନ୍ତୁ ଏହା ଏବେ ଅବହେଳିତ ହୋଇ ପଡିରହିଛି ।

ବାଘନଦୀର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା । ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତ ସଦର ମହକୁମାର ଅନତି ଦୂରରେ ବୋହିଯାଉଛି ବାଘନଦୀ । ବାଘନଦୀ ଅତ୍ୟନ୍ତ ଶାନ୍ତ ଭାବରେ ବୋହି ଯାଉଥିବା ବେଳେ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ ।

ମନ ମୋହୁଛି ହେଲେ ନାହିଁ ସୁବିଧା

ଶଗଡା ଠାରେ ବାଘନଦୀ ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ଏହି ବ୍ୟାରେଜ ଠାରୁ ଖଣ୍ଡିକନପା ପର୍ଯ୍ୟନ୍ତ ବାଘନଦୀ ଅତ୍ୟନ୍ତ ଆକର୍ଷଣୀୟ । ଡିସେମ୍ବର ଓ ଜାନୁଆରୀ ମାସରେ ଏଠାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସି ବଣଭୋଜିର ମଜା ନେଇଥାନ୍ତି ।

ତେବେ ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନଟି ଅବହେଳିତ ହୋଇପଡିଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ । ଏ ସମ୍ପର୍କରେ ‘ଇଟିଭି ଭାରତ’ ଠାରୁ ସୂଚନା ପାଇବା ପରେ ଜଳ ସମ୍ପଦ ମନ୍ତ୍ରୀ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 15, 2021, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.