ETV Bharat / state

ବଳଦ ମୃତ୍ୟୁ ପରେ ପାତକ ଦୋଷ ଛଡାଉଛନ୍ତି ଗୃହକର୍ତ୍ତା - ଗୃହକର୍ତ୍ତା

11 କେଭି ବିଦ୍ୟୁତ ତାର ସମ୍ପର୍କରେ ଆସି ଦୁଇ ବଳଦ ମୃତ । ବଳଦଙ୍କ ମୃତ୍ୟୁ ଯୋଗୁଁ ପାତକ ଦୋଷ ଛଡାଇବାକୁ ଗୃହକର୍ତ୍ତା ମୌନବ୍ରତ ଧାରଣ ସହ ଜାତି ସମାଜର ବ୍ୟବସ୍ଥା ଭିତରେ ଛନ୍ଦି ହୋଇପଡିଛନ୍ତି । ଅଧିକ ପଢନ୍ତୁ..

ବଳଦ ମୃତ୍ୟୁ ପରେ ପାତକ ଦୋଷ ଛଡାଉଛନ୍ତି ଗୃହକର୍ତ୍ତା

author img

By

Published : Jul 8, 2020, 5:03 PM IST

ବୈଦ୍ଧ: ବଜ୍ରପାତରେ ଛିଣ୍ଡି ଯାଇଥିବା ଏଗାର କେଭି ବିଦ୍ୟୁତ ତାର ସମ୍ପର୍କରେ ଆସି ଦୁଇ ବଳଦ ମୃତ । ବଳଦଙ୍କ ମୃତ୍ୟୁ ଯୋଗୁଁ ପାତକ ଦୋଷ ଛଡାଇବାକୁ ଗୃହକର୍ତ୍ତା ମୌନବ୍ରତ ଧାରଣ ସହ ଜାତି ସମାଜର ବ୍ୟବସ୍ଥା ଭିତରେ ଛନ୍ଦି ହୋଇପଡିଛନ୍ତି ।

ବଳଦ ମୃତ୍ୟୁ ପରେ ପାତକ ଦୋଷ ଛଡାଉଛନ୍ତି ଗୃହକର୍ତ୍ତା

ଆମ ବିଧି ବ୍ୟବସ୍ଥା ବଡ ବିଚିତ୍ର । ଦୋଷ ନଥାଇ ମଧ୍ୟ ନିଜକୁ ନିଜେ ଦୋଷୀ ଭାବରେ ଗ୍ରହଣ କରି ପ୍ରାୟଶ୍ଚିତ କରୁଛନ୍ତି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ମୂର୍ଷୁଣ୍ଢି ପଞ୍ଚାୟତ ସଦର ମହକୁମାରେ ଗତ ରବିବାର ରାତିରେ ଝଡ ତୋଫାନ ଓ ବଜ୍ରପାତରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା ।

ତେବେ ସକାଳୁ ସକାଳୁ ବଳଦଙ୍କୁ ଜୁଆଳୀ ବାନ୍ଧି ଜମିକୁ ଚାଷ ପାଇଁ ଯାଉଥିଲା ଗରିବ ଚାଷୀ । ତେବେ ଜମି ନିକଟରେ ଉକ୍ତ ଦୁଇ ବଳଦ ଛିଣ୍ଡି ଯାଇଥିବା ଏଗାର କେଭି ବିଦ୍ୟୁତ ତାର ସମ୍ପର୍କରେ ଆସି ମୃତ୍ୟୁ ବରଣ କରିଥିଲେ । ତେବେ ସୌଭାଗ୍ୟ କ୍ରମେ ବଳଦ ମାଲିକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଚାଷୀ ଏବେ ପାତକ ନାଶନ ପାଇଁ ମୌନବ୍ରତ ଧାରଣ ସହିତ ବିଭିନ୍ନ କଟକଣା ପାଳନ କରୁଛନ୍ତି । ସେପଟେ ଜାତି ସମାଜର ବିଭିନ୍ନ କଟକଣା ଯୋଗୁଁ ଏବେ ପ୍ରାୟଶ୍ଚିତ ଅପେକ୍ଷାରେ ମୃତ ବଳଦ ମାଲିକଙ୍କ ପରିବାର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.