ETV Bharat / state

ପାର୍ବତୀଙ୍କ ହାତ ଧରିଲେ ଭୋଳା ବାବା, ବୌଦ୍ଧରେ ସମ୍ପନ୍ନ ହେଲା ଶୁଭବିବାହ - ଶୈବପୀଠରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ । ଅଧିକ ପଢନ୍ତୁ

marriage of lord shiva and parvati
marriage of lord shiva and parvati
author img

By

Published : May 25, 2023, 12:30 PM IST

marriage of lord shiva and parvati

ବୌଦ୍ଧ: ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା । ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ବୁଧବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମର୍ତ୍ତ୍ୟମଣ୍ଡଳରେ ମାତା ପାର୍ବତୀଙ୍କ ସହ ମହାଦେବଙ୍କ ବିବାହ ହୋଇଛି । ଏବି ଅବସରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉଭୟ ବର ପକ୍ଷ ଓ କନ୍ୟା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର ମାତଙ୍ଗେଶ୍ବର, ରାମେଶ୍ୱର, ବୁରୁବୁଡାର ଗୁପ୍ତେଶ୍ବର, ସିଦ୍ଧେଶ୍ବର, ଭୁବନେଶ୍ୱର, ଅମୁର୍ଡାର ଷଣ୍ଢେଶ୍ବର, ସୁବର୍ଣ୍ଣେଶ୍ବର, କୁଶଳେଶ୍ବର ଓ ଗୁପ୍ତେଶ୍ବର ଭଳି ଅନେକ ପ୍ରାଚୀନ ଶୈବପୀଠରେ ନୀଳକଣ୍ଠଙ୍କ ବିବାହ ଶେଷ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ବିଭିନ୍ନ ଶୈବପୀଠରୁ ବର ବେଶରେ ସଜ୍ଜିତ ହୋଇ ମହାଦେବ ବରଯାତ୍ରୀଙ୍କ ସହିତ କନ୍ୟା ଘର ଅଭିମୁଖେ ବାହାରିଥିଲେ । ବରଯାତ୍ରୀ ସହିତ ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ତେବେ ବରଯାତ୍ରୀ ବାହାରିବା ସମୟରେ ସାମାନ୍ୟ ବର୍ଷା ହୋଇଥିଲା । ସେପଟେ କନ୍ୟା ପକ୍ଷରୁ ବରଯାତ୍ରୀଙ୍କୁ ସ୍ବାଗତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ମାତା ପାର୍ବତୀଙ୍କ ନିମନ୍ତେ ନିଜ ସାଧ୍ୟ ମୁତାବକ ଯୌତୁକ ଭାରର ବ୍ୟବସ୍ଥା କରାଯାଇଥିଲା । ବରଯାତ୍ରୀ ପହଞ୍ଚିବା ପରେ ଦେବ ଦମ୍ପତିଙ୍କ ବିବାହ ବିଳମ୍ବିତ ରାତିରେ ସମାପନ ହୋଇଥିଲା । କନ୍ୟା ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟପଟେ ଦେବ ଦମ୍ପତିଙ୍କ ବିବାହ ଦିନ ବୌଦ୍ଧରେ ପହଞ୍ଚି ଥିଲେ ଇନ୍ଦୋରର ଜନୈକ ତୀର୍ଥଯାତ୍ରୀ ବିଜୟ । ପ୍ରଚଣ୍ଡ ଖରାରେ ପାଦରେ ଚାଲି ଚାଲି ସେ ଗତ ପାଞ୍ଚ ତାରିଖରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଘରୁ ବାହାରି ବୁଧବାର ବୌଦ୍ଧରେ ପହଞ୍ଚି ଥିଲେ । ପଞ୍ଚଦଶ ଶତାବ୍ଦୀରେ ଇନ୍ଦୋରର ମହାରାଣୀ ଅହଲ୍ୟାବାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ନିର୍ମାଣ କରିଥିବା ପ୍ରାଚୀନ ଜଗନ୍ନାଥ ସଡକରେ ବିଜୟ ତୀର୍ଥଯାତ୍ରା ପାଇଁ ବାହାରିଥିଲେ ।

ବୁଧବାର ଅପରାହ୍ନରେ ସେ ବୌଦ୍ଧରେ ପହଞ୍ଚି ଜଗନ୍ନାଥ ସଡକକୁ ମୁଣ୍ଡିଆ ମାରି ବୌଦ୍ଧର ଉଭୟ ଶ୍ରୀଜଗନ୍ନାଥ ପୀଠ ଓ ଶୈବପୀଠର ମାହାତ୍ମ୍ୟକୁ ନମନ କରିଥିଲେ । ସେପଟେ ଆଜି ଦେବ ଦମ୍ପତିଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ଥିବାରୁ ଦେବ ଦମ୍ପତିଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.