ETV Bharat / state

ସ୍ବାବଲମ୍ବୀ କଲା ମୁକ୍ତା, ଆର୍ମନିର୍ଭର ମହିଳା ଗୋଷ୍ଠୀ

ପୌରାଞ୍ଚଳ ଉନ୍ନୟନ କାର୍ଯ୍ୟରେ ସହଯୋଗ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା ମାଧ୍ୟମରେ ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି ମହିଳା ଗୋଷ୍ଠୀ । ଅଧିକ ପଢନ୍ତୁ

mukta yojana
mukta yojana
author img

By

Published : Jul 15, 2023, 9:49 AM IST

mukta yojana

ବୌଦ୍ଧ: ସହରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବା ସହିତ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ମୁକ୍ତା ଯୋଜନା ମାଧ୍ୟମରେ ଶତାଧିକ ମହିଳା ଗୋଷ୍ଠୀର ସଦସ୍ୟ ଯୋଡି ହେବା ସହିତ ସହରାଞ୍ଚଳର ଉନ୍ନତିରେ ଭାଗୀଦାର ହୋଇଛନ୍ତି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନଏସିର ସମୁଦାୟ 17 ଗୋଟି ଓ୍ବାର୍ଡରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ଯୋଡି ହୋଇଛନ୍ତି 196 ମହିଳା ଗୋଷ୍ଠୀର ସଦସ୍ୟ । ବୌଦ୍ଧ ଜିଲ୍ଲା ସଦର ମହକୁମାର ମର୍ଜାକୁଦ ଦ୍ବୀପର ଦୁଇଟି ଓ୍ବାର୍ଡ ସମେତ ସମସ୍ତ ଓ୍ବାର୍ଡରେ ମୁକ୍ତା ଯୋଜନା ଅଧିନରେ ଓ୍ବାକିଙ୍ଗ ଟ୍ରାକ, କାନ୍ଥ ରଙ୍ଗ କରିବା, ଭୂତଳ ଜଳ ସଂରକ୍ଷଣ, ମିନି ପାର୍କ ଉନ୍ନତି କରଣ ଭଳି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି ।

ଜିଲ୍ଲାର ମଧ୍ୟ ଭାଗରେ ଥିବା ଯୋଗୀନ୍ଦ୍ରଦେବ ଉଦ୍ୟାନ ସହରବାସୀଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବିଜୁ ଆଦର୍ଶ କଲୋନୀ ଓ ବିଭିନ୍ନ ବସ୍ତିର ଉନ୍ନତି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ବୌଦ୍ଧ ପୌରାଞ୍ଚଳର ସମସ୍ତ 17 ଗୋଟି ଓ୍ବାର୍ଡରେ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଯୋଜନାରେ ମହିଳା ଗୋଷ୍ଠୀର ପ୍ରତ୍ୟକ୍ଷ ଭାଗିଦାରୀ ପୌରାଞ୍ଚଳର ଉନ୍ନତିରେ ସହାୟକ ହୋଇପାରିଛି । ମହିଳା ଗୋଷ୍ଠୀଙ୍କ ଦ୍ବାରା ବୌଦ୍ଧ ପୌରାଞ୍ଚଳରେ ଏମଏସଜି ତଥା ଏସଡିସିର ନିୟୋଜନ କରି ଭିତ୍ତିଭୂମି ସୃଷ୍ଟି ଓ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ମହାନଗରକୁ ରାଜ୍ୟ ସରକାରଙ୍କ ଭେଟି, ମୁକ୍ତା ଯୋଜନାରେ 56 କୋଟି ମଞ୍ଜୁର

ସେହିପରି ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ସ୍ଥାନୀୟ ଶ୍ରମିକଙ୍କୁ ଚିହ୍ନଟ କରି କାର୍ଯ୍ୟରେ ନିୟୋଜନ କରିବା ସହିତ ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି । ତେବେ 17 ଗୋଟି ଓ୍ବାର୍ଡ ମଧ୍ୟରୁ କେବଳ 2 ବା 3ଟି ଓ୍ବାର୍ଡକୁ ଛାଡି ଦେଲେ ସମସ୍ତ ଓ୍ବାର୍ଡରେ ମିଶନ ଶକ୍ତି ଗୃହ ନଥିବାରୁ ଏନେଇ ସମସ୍ୟା ରହୁଥିବା ସୂଚନା ମିଳିଛି । ଗତକାଲି(ଶୁକ୍ରବାର) ବୌଦ୍ଧ ଟାଉନହଲ ପରିସରରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ପୌରାଞ୍ଚଳର ନଗରପାଳ , ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେବା ସହିତ ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ । ସେପଟେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗତକାଲି ପ୍ରଥମଥର ପାଇଁ ମୋ ଘର ଯୋଜନାର ଆରମ୍ଭ ହୋଇଛି । ତିନି ଜଣ ହିତାଧିକାରୀଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.