ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳାଗୋଷ୍ଠୀଙ୍କ ମହୁଚାଷ ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଓଡିଶା ଜୀବିକା ମିଶନ ସହାୟତାରେ ପ୍ରଥମଥର ପାଇଁ ବଣ ଜଙ୍ଗଲ ଘେରା ଅଞ୍ଚଳରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ମହିଳାମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।
ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମହୁଚାଷ କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ । ବୌଦ୍ଧ ଜିଲ୍ଲାର ବଣ ଜଙ୍ଗଲ ଘେରା ପଞ୍ଚାୟତ ଆମ୍ବଝରୀ । ଆମ୍ବଝରୀ ପଞ୍ଚାୟତର ଏକ ଛୋଟିଆ ଆଦିବାସୀ ବହୁଳ ଗ୍ରାମ ଦେବନ୍ଧ । ତେବେ ବର୍ତ୍ତମାନ ଦେବନ୍ଧ ଗ୍ରାମର ତିନୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ତିରିଶ ଜଣ ମହିଳା ମହୁଚାଷ କରି ସ୍ବାବଲମ୍ବୀ ଦିଗରେ ଅଗ୍ରଗତି ହେଉଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗ ତଥା ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସହାୟତାରେ ମହୁଚାଷ ନିମନ୍ତେ 23 ଗୋଟି ବାକ୍ସ ପ୍ରଦାନ କରାଯାଇଛି । ଦେବନ୍ଧ ଭଳି ଜଙ୍ଗଲ ଅଞ୍ଚଳରେ ମହୁଚାଷ ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ମହିଳାଗୋଷ୍ଠୀ ମଧ୍ୟ ମହୁଚାଷ ଦ୍ବାରା ଆତ୍ମ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: କଟକରେ ନକଲି ଔଷଧ କାରବାର ମାମଲା, ଆଉ ୨ଜଣଙ୍କୁ ବାନ୍ଧିଲା ପୋଲିସ
ଏନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଜମ୍ବିଳା ସାହୁ କହିଛନ୍ତି," ବଣ ଜଙ୍ଗଲ ଘେରା ଆମ୍ବଝରୀ ପଞ୍ଚାୟତର ଦେବନ୍ଧ ଗ୍ରାମରେ ଆମେ ମହୁଚାଷ କରିଛୁ । ତିରିଶ ଜଣ ମହିଳା ଆମେ ଏହି ଚାଷ କରିଛୁ । ଆଶା କରିଛୁ ଭଲ ଦିପଇସା ରୋଜଗାର ହୋଇପାରିବ । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ସହାୟତାରେ ମହୁଚାଷ ନିମନ୍ତେ 23 ଗୋଟି ବାକ୍ସ ପ୍ରଦାନ କରାଯାଇଛି । "
ଏନେଇ ଓଏଲଏମ କହିଛନ୍ତି,"ମହୁଚାଷ କରି ମହିଳାମାନେ କିଛି ମାତ୍ରାରେ ଉପକୃତ ହୋଇପାରିବେ । ମହୁ ଏକ ଏମିତି ଚାଷ ଯାହା ହେଲେ ମଧ୍ୟ ଭଲ ଦିପଇସା ରୋଜଗାର ହୋଇପାରିବ । ମହିଳାଗୋଷ୍ଠୀ ମଧ୍ୟ ମହୁଚାଷ ଦ୍ବାରା ସ୍ବାବଲମ୍ବୀ ହୋଇ ପାରିବେ ।"
ଇଟିଭି ଭାରତ, ବୌଦ୍ଧ