ETV Bharat / state

ମାଇକ୍ରୋ ଫାଇନାନ୍ସର ମନମାନୀ, ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ଧାରଣା - ବୌଦ୍ଧ ମହିଳା ଗୋଷ୍ଠୀ

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମନୋମୁଖି କାର୍ଯ୍ୟକୁ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ବିରୋଧ । ଅଧିକ ପଢନ୍ତୁ...

SHG women alleged over Micro Finance Company for touchur
ମାଇକ୍ରୋ ଫାଇନାନ୍ସର ମନମାନୀ, ମହିଳା ଗୋଷ୍ଠୀର ଧାରଣା
author img

By

Published : Jun 27, 2020, 3:04 AM IST

ବୌଦ୍ଧ: ମାଇକ୍ରୋ ଫାଇନାନ୍ସ କମ୍ପାନୀର ମନୋମୁଖି କାର୍ଯ୍ୟକୁ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ବିରୋଧ । କମ୍ପାନୀ କାର୍ଯ୍ୟାଳୟ ଭିତରେ ମହିଳା ମାନେ ବିଭିନ୍ନ ଅଭିଯୋଗ ସହ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି ।

ମାଇକ୍ରୋ ଫାଇନାନ୍ସର ମନମାନୀ, ମହିଳା ଗୋଷ୍ଠୀର ଧାରଣା

କୋରୋନା ଭାଇରସ ଲକଡାଉନ ଯୋଗୁଁ ଗରିବ ମହିଳା ସମୁହ ଭୀଷଣ ଭାବରେ ପ୍ରଭାବିତ ହୋଇଛନ୍ତି । ସରକାର ଋଣ ପ୍ରଦାନକାରୀ କମ୍ପାନୀମାନଙ୍କୁ କିସ୍ତି ପରିଶୋଧରେ କୋହଳ କରିବା ନେଇ ଘୋଷଣା କରିଥିଲେ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ କୌଣସି ସଂସ୍ଥା ମାନିବାକୁ ନାରାଜ ।

ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ସାନ ଗୋଛାପଡା ଗ୍ରାମର ମହିଳା ଗୋଷ୍ଠୀ ବୁଟୁପାଲି ସ୍ଥିତ ଭାୟା ମାଇକ୍ରୋ ଫାଇନାନ୍ସରୁ ଋଣ ନେଇଥିଲେ । ଏହାପରେ ବିଭିନ୍ନ କିସ୍ତିରେ ଅର୍ଥ ପରିଶୋଧ ମଧ୍ୟ କରିଥିଲେ । କିନ୍ତୁ କମ୍ପାନୀ ପକ୍ଷରୁ ଉକ୍ତ ମହିଳା ଗୋଷ୍ଠୀଙ୍କୁ କ୍ଲିୟରାନ୍ସ ଦେବା ନାଁରେ ବାରମ୍ବାର ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ସମସ୍ତ ଅର୍ଥ ପୈଠ ପରେ ମଧ୍ୟ ମହିଳା ମାନଙ୍କୁ ମାନସିକ ନିର୍ଯାତନା, ଓ ବୀମାକାରୀ ମହିଳା ମାନଙ୍କୁ ପ୍ରତାରିତ କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ସଂସ୍ଥାର ଜିଲ୍ଲା ମୁଖ୍ୟ ଫୋନ ଯୋଗେ ସଫେଇ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.