ବୌଦ୍ଧ: ଜିଲ୍ଲାର ବାନ୍ଧକଳାର ପ୍ରଚାର ପ୍ରସାର ତଥା ଶିଳ୍ପୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଜିଲ୍ଲାପାଳ ପ୍ରାୟ ବର୍ଷେ ପୂର୍ବରୁ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ପ୍ରତ୍ୟେକ ଗୁରୁବାର ଦିନ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷେ ପରେ ଏହାର କିନ୍ତୁ ଚିତ୍ର କିଛି ଭିନ୍ନ ସୂଚନା ଦେଉଛି । କେତେକ କର୍ମଚାରୀ ନିୟମକୁ କଡାକଡି ପାଳନ କରୁଥିବାବେଳେ ଅନ୍ୟ କେତେକ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।
ଗୋଟିଏ ବର୍ଷ ପରେ ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମକୁ ପାଳନ କରୁଥିଲେ ମଧ୍ୟ ଆଉ କିଛି କର୍ମଚାରୀ ଏଭଳି ସ୍ୱାଗତଯୋଗ୍ୟ ପଦକ୍ଷେପକୁ ଭୁଲି ଗଲାଭଳି ମନେ ହେଉଛି । ରାଜସ୍ୱ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୌର କର୍ମଚାରୀ ଓ ଅନ୍ୟ କେତେକ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ କଡାକଡି ଏହାକୁ ପାଳନ କରୁ ଥିବାବେଳେ ଆଉ କେତେକ ଏହାକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଏପରିକି ଏହାର ଶୁଭାରମ୍ଭ କରିଥିବା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିବା ଦେଖାଯାଇଛି । ବୌଦ୍ଧ ଜିଲ୍ଲାର ବାନ୍ଧକଳାକୁ ଖୋଦ ପର୍ଯ୍ୟଟନ ମନ୍ତ୍ରୀ ଗତ ସପ୍ତାହରେ ବୌଦ୍ଧ ଗସ୍ତ ସମୟରେ ବେଶ୍ ପ୍ରଶଂସା କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ