ବୌଦ୍ଧ: କୋରୋନା ଭୟରେ ମୃତଦେହର ପାଖ ମାଡିଲେନି ସମ୍ପର୍କୀୟ । 3 ଦିନ ଯାଏଁ ପଡିରହିଲା ମୃତଦେହ । ଶେଷରେ ମାନବିକତା ଦେଖାଇ ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ ।
ଗତ ସପ୍ତାହରେ ହରଭଙ୍ଗା ନିକଟ ମହାନଦୀରୁ ଜଣେ ଅଜଣା ବ୍ୟକ୍ତି ଉଦ୍ଧାର ହୋଇଥିଲେ । ସ୍ଥାନୀୟ ଲୋକେ ଚାରିଛକ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ତାଙ୍କର କୌଣସି ସମ୍ପର୍କୀୟ ଆସି ମୃତଦେହ ନେବେ ବୋଲି ଅପେକ୍ଷା କରାଯାଇଥିଲା । କିନ୍ତୁ ତିନି ଦିନ ପରେ ମଧ୍ୟ କେହି ଆସିନଥିଲେ ।
ଶେଷରେ ଶୁକ୍ରବାର ବୌଦ୍ଧ ପୋଲିସ, ପୌର ପ୍ରଶାସନ ସ୍ବେଚ୍ଛାସେବୀଙ୍କ ସହାୟତାରେ ଅନ୍ତିମ ସଂସ୍କାର କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ