ETV Bharat / state

ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ - ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଆଜିଠାରୁ ଅଠର ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ସେପଟେ ସରକାରଙ୍କ ଅନଲାଇନ ଗାଇଡଲାଇନକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

second-dose-of-vaccination started for the young people in boudh
ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ
author img

By

Published : Jun 16, 2021, 5:54 PM IST

ବୌଦ୍ଧ: ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଆଜିଠାରୁ ଅଠର ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ସେପଟେ ସରକାରଙ୍କ ଅନଲାଇନ ଗାଇଡଲାଇନକୁ ସ୍ବାଗତ କରାଯାଇଛି ।

ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ
ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି(ବୁଧବାର) ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାତ୍ର 52 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅଠର ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତିନି ଦିନ ଧରି ପନ୍ଦର ଶହ ଟୀକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସେପଟେ ବୌଦ୍ଧ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ନିଃଶୁଳ୍କ ଅମ୍ଳଜାନ ସେବାର ଆରମ୍ଭ କରାଯାଇଛି । ଜିଲ୍ଲାରେ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁର ଧାରା ଲାଗି ରହିଛି ।

ସରକାରୀ ସୂଚନା ମୁତାବକ, ଜିଲ୍ଲାରେ ଆଜି ସୁଦ୍ଧା 73 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟି ସାରିଲାଣି । ଏକ ଅଭାବନୀୟ ଘଟଣା କ୍ରମରେ ବରଗୋଛା ପଞ୍ଚାୟତରେ ପୁଅର କୋରୋନା ଜନିତ ମୃତ୍ୟୁର ଚାରିଦିନ ପରେ ମା'ର ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ସେପଟେ 17 ତାରିଖରୁ ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲାରେ ସକାଳ 7 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.