ETV Bharat / state

ସାପ୍ତାହିକ ହାଟ ପ୍ରସଙ୍ଗ ନେଇ ସରପଞ୍ଚ ଓ ନାଏବ ସରପଞ୍ଚ ମୁହାଁମୁହିଁ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ - ସାପ୍ତାହିକ ହାଟ ନେଇ ସରପଞ୍ଚ ଓ ନାଏବ ସରପଞ୍ଚ ମୁହାଁମୁହିଁ

ସାପ୍ତାହିକ ହାଟର ରାଜସ୍ୱ ଅସୁଲି ବ୍ୟବସ୍ଥାରେ ବ୍ୟାପକ ତୃଟି ପରିଲକ୍ଷିତ ଅଭିଯୋଗରେ ସରପଞ୍ଚ ଓ ନାଏବ ସରପଞ୍ଚ ମୁହାଁମୁହିଁ । ଅଧିକ ପଢ଼ନ୍ତୁ

weekend market issue in boudh
ବୌଦ୍ଧରେ ସାପ୍ତାହିକ ହାଟ ସମସ୍ୟା
author img

By

Published : May 16, 2023, 7:58 AM IST

ବୌଦ୍ଧରେ ସାପ୍ତାହିକ ହାଟ ସମସ୍ୟା

ବୌଦ୍ଧ: ଜିଲ୍ଲାର ହରଭଙ୍ଗା ବ୍ଲକର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ତିଲେଶ୍ବର ପଞ୍ଚାୟତ ସଦର ଠାରେ ସାପ୍ତାହିକ ବଜାରକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡ ସଭ୍ୟ ସିଧାସଳଖ ତିଲେଶ୍ବର ପଞ୍ଚାୟତର ସରପଞ୍ଚଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ଜିଲ୍ଲାର ପୁରାତନ ତଥା ବୃହତ ବଜାର ତିଲେଶ୍ବର ଠାରେ ପ୍ରତ୍ୟେକ ରବିବାର ସାପ୍ତାହିକ ହାଟ ବସିଥାଏ । କିନ୍ତୁ ସରପଞ୍ଚଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ହାଟର ରାଜସ୍ୱ ଅସୁଲି ବ୍ୟବସ୍ଥାରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତିଲେଶ୍ବର ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି ।

ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ଓ୍ବାର୍ଡ ସଭ୍ୟମାନେ ବିରୋଧ କରିବାରୁ ସେ ନାଏବ ସରପଞ୍ଚ ଏବଂ ଅନ୍ୟ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏ ସମ୍ପର୍କରେ ସେମାନେ ହରଭଙ୍ଗା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନପାଇବାରୁ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଥିଲେ । ରବିବାର ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତିଲେଶ୍ବର ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିବାବେଳେ ତିଲେଶ୍ବର ପଞ୍ଚାୟତର ସମସ୍ୟା ନେଇ ନାଏବ ସରପଞ୍ଚଙ୍କ ଗୋଷ୍ଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ଏହାର ସମାଧାନ ପାଇଁ ଉଭୟ ସରପଞ୍ଚ ଓ ନାଏବ ସରପଞ୍ଚ ଗୋଷ୍ଠୀକୁ ଡକାଇ ସମାଧାନ କରିବାକୁ ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏନେଇ ତିଲେଶ୍ବର ସରପଞ୍ଚ କହିଛନ୍ତି, "ତିଲେଶ୍ବର ହାଟଟି ପ୍ରଥମେ ନିଲାମ ହୋଇଥିଲା । ଯେଉଁ ବ୍ୟକ୍ତି ହାଟ ନେଇଥିଲେ ୧୫ ଦିନ ମଧ୍ୟରେ ୭୫ ପ୍ରତିଶତ ଟଙ୍କା ଜମାକରି ପାରିନଥିଲେ । ଏହାପରେ ତାଙ୍କୁ ନୋଟିସ ମଧ୍ୟ ହୋଇଥିଲା । କିନ୍ତୁ ତାଙ୍କ ପକ୍ଷରୁ କୌଣସି ଜବାବ ନଆସିବାରୁ ନିଲାମୀ ରଦ୍ଦ କରାଯାଇଥିଲା । ନିଲାମୀ ନହେଲେ ବିଡିଓ ଏବଂ ତାଙ୍କ ଅନୁପସ୍ଥିତିରେ ସରପଞ୍ଚ ହାଟର ଦାୟିତ୍ବ ନେବେ ବୋଲି କୁହାଯାଇଥିଲା । ତେଣୁ ନିଜେ ହାଟରୁ ଟଙ୍କା ସଂଗ୍ରହ କରି ପଞ୍ଚାୟତ ଫାଣ୍ଡିରେ ଦାଖଲ କରିଥିଲି । କିନ୍ତୁ ବୈଠକ ସମୟରେ ଉପସ୍ଥିତ ୱାର୍ଡ ସଭ୍ୟମାନେ ଗଣ୍ଡଗୋଳ କରିଥିଲେ ।" ତେବେ ତିଲେଶ୍ବର ପଞ୍ଚାୟତରେ ବର୍ତ୍ତମାନ ବିକାଶ କ୍ଷେତ୍ରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ପୁଣି ଏକ ବିବାଦ ଦେଖାଦେଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.