ବୌଦ୍ଧ: ଜଗତର କଲ୍ୟାଣ ପାଇଁ ଏଭଳି କାଳଜୟୀ ପଂକ୍ତି ରଚନା କରିଥିବା ସନ୍ଥ କବି ଭୀମଭୋଇଙ୍କ ପବିତ୍ର ଜନ୍ମ ଜୟନ୍ତୀ ନିରାଡମ୍ବର ଭାବରେ ମହିମା ଧର୍ମର ଉନ୍ମେଷ ଭୂମିରେ ପାଳନ ହୋଇଛି । ବୌଦ୍ଧ ଜିଲ୍ଲାର ବଲାସିଙ୍ଘାସ୍ଥିତ ମହିମା ଧର୍ମର ଆଦ୍ୟପୀଠ ମହୁଲମୂଳ ଆଶ୍ରମରେ ଆଜି ମହିମା ଧର୍ମାବଲମ୍ବୀ ସନ୍ଥ ଓ ଭକ୍ତ ଏହି ବିଶ୍ବ କଲ୍ୟାଣକାରୀ କବିଙ୍କ ଜୟନ୍ତୀ ଔପଚାରିକତା ଦୃଷ୍ଟିରୁ ପାଳନ କରିଛନ୍ତି । କୋରୋନା ମହାମାରୀ ଦୂରୀକରଣ ସହ ଜଗତ କଲ୍ୟାଣ ପାଇଁ ଘୃତାହୁତ ଅର୍ପଣ କରାଯାଇଥିଲା ।
ସେହିପରି ବଲାସିଙ୍ଘା ଗ୍ରାମ ମଧ୍ୟରେ ଥିବା ମହିମାଧର୍ମର ପ୍ରଥମ ଦୀକ୍ଷିତ ଶିଷ୍ୟ ଗୋବିନ୍ଦ ବାବାଙ୍କ ଜଟ ସମାଧି ମନ୍ଦିରରେ ମଧ୍ୟ କଟକଣାଯୁକ୍ତ ଧୂନୀପୂଜା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଉଭୟ ମହୁଲମୂଳ ଆଶ୍ରମ ଓ ଜଟ ସମାଧି ମନ୍ଦିରର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଉଦ୍ୟମ କରିବ ବୋଲି ଏଡିଏମ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ