ବୌଦ୍ଧ: ଜିଲ୍ଲା ପ୍ରଶାସନଙ୍କ ନିଆରା ପଦକ୍ଷେପ। ପ୍ରତ୍ୟେକ ଦିନ ସାଇକେଲ ଚଳାଇବା ସହ ପ୍ରତି ଗୁରୁବାର ସମ୍ବଲପୁରୀ ପୋଷାକ ପରିଧାନ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ତେବେ ପ୍ରଥମ କରି ସ୍ବାସ୍ଥ୍ୟ ବିଭାଗ ସମ୍ବଲପୁରୀ ପୋଷାକ ପରିଧାନ କରିଛି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀ ମାନେ ସାଇକେଲରେ ଆସିବା ଓ ପ୍ରତ୍ୟେକ ଗୁରୁବାର ଦିନ ସମ୍ବଲପୁରୀ ପୋଷାକ ପିନ୍ଧିବା ନିମନ୍ତେ ଅନୁରୋଧ କରିଥିଲେ । ଏହାର ପ୍ରତିଫଳନ ଗୁରୁବାର ଦେଖିବାକୁ ମିଳିଥିଲା । ଜିଲ୍ଲାର ପ୍ରଥମ ବିଭାଗ ଭାବରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜେ ଜିଲ୍ଲାପାଳ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହ ସାଇକେଲ ଚଳାଇ ସ୍ବଚ୍ଛତା ନିମନ୍ତେ ବିଭିନ୍ନ ସମୟରେ ସଚେତନତା କରିବା ନେଇ ସମସ୍ତ ମହଲରେ ସ୍ବାଗତ କରାଯାଇଛି ।
ସମ୍ବଲପୁରୀ ବସ୍ତ୍ର ପରିଧାନ ଦ୍ବାରା ଜିଲ୍ଲାର 9 ହଜାର ବୁଣାକାରଙ୍କୁ ମଧ୍ୟ ପରୋକ୍ଷରେ ଆମେ ସହାୟତା କରିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ