ETV Bharat / state

ବିଶ୍ବ ପିତୃତ୍ବ ଦିବସରେ ମୁରବୀ ବିହୀନ ପରିବାରର ଦୁଃଖଭରା କାହାଣୀ - ବିଶ୍ବ ପିତୃତ୍ବ ଦିବସ

ବିଶ୍ବ ପିତୃତ୍ବ ଦିବସରେ ଏକ ବାପା ଛେଉଁଣ୍ଡ ଅସହାୟ ପରିବାର ନିକଟରେ ପହଞ୍ଚିଥିଲା ଇଟିଭି ଭାରତ । କ୍ୟାମେରା ସାମ୍ନାରେ ନିଜର ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି ପରିବାର ସଦସ୍ୟ । ଅଧିକ ପଢନ୍ତୁ...

ବିଶ୍ବ ପିତୃତ୍ବ ଦିବସରେ ମୁରବୀ ବିହୀନ ପରିବାରର ଦୁଃଖଭରା କାହାଣୀ

author img

By

Published : Jun 21, 2020, 8:06 PM IST

ବୌଦ୍ଧ: ଆଜି ହେଉଛି ବିଶ୍ବ ପିତୃ ଦିବସ । ଆଉ ଏହି ଦିନରେ ମୁରବୀ ବିହୀନ ଏକ ପରିବାରର ନିକଟରେ ପହଞ୍ଚିଥିଲା ଇଟିଭି ଭାରତ । ଏହା ପରେ ସାମ୍ନାକୁ ଆସିଛି ଏହି ପରିବାରର ଦୁଃଖଦ କାହାଣୀ । ଅସହାୟ ହୋଇପଡିଛନ୍ତି ଏହି ପରିବାରର ବାପା ଛେଉଣ୍ଡ ତିନୋଟି ସନ୍ତାନ ।

ବିଶ୍ବ ପିତୃତ୍ବ ଦିବସରେ ମୁରବୀ ବିହୀନ ପରିବାରର ଦୁଃଖଭରା କାହାଣୀ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ଗାଁରେ ନିଜ ବାପଘରରେ ଆସି ଆଶ୍ରୟ ନେଇଛନ୍ତି ସବିତା ନାଏକ । ତିନୋଟି ପୁତ୍ର ସନ୍ତାନର ଜନନୀ ହେବା ପରେ ସ୍ବାମୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ତିନି ବର୍ଷ ତଳେ ଆରପାରିକୁ ଚାଲିଗଲେ । ସ୍ବାମୀଙ୍କ ଚିକିତ୍ସାରୁ ଯାହା ସମ୍ପତ୍ତି ଜାଗାବାଡି ଥିଲା ସବୁକିଛି ବିକ୍ରି ହୋଇସାରିଛି । ଛୋଟଛୋଟ ପିଲାମାନେ ବାପ ଛେଉଣ୍ଡ ହୋଇଗଲେ । ମଝିଆଁ ପୁଅ ଜନ୍ମରୁ କଥା କହିପାରୁନଥିବାବେଳେ ଶୁଣିବାରେ ବି ଅସମର୍ଥ । ଏହି ଦିବ୍ୟାଙ୍ଗ ପୁଅ ନିଜ ବାପାର ଅତି ଗେହ୍ଲା ହୋଇଥିବାବେଳେ ପିତୃ ଦିବସ ତା ପାଇଁ ସେମିତି କିଛି ମହତ୍ତ୍ଵ ରଖେନାହିଁ । ବାପଘର ମଧ୍ୟ ଆଉ ଝିଅର ପରିବାରକୁ ନିଜ ଘରେ ରଖିବାକୁ ଅକ୍ଷମ ହୋଇଛନ୍ତି ।

ଏପଟେ ଦିବ୍ୟାଙ୍ଗ ପୁଅର ଭତ୍ତା ଟଙ୍କା ମଧ୍ୟ କେଉଁଆଡେ ଗାଏବ ହୋଇଯାଇଛି । 2014 ମସିହାରୁ ତାକୁ ଦିବ୍ୟାଙ୍ଗ ସାର୍ଟିଫିକେଟ ମିଳିସାରିଥିଲେ ସୁଦ୍ଧା ଭତ୍ତା ଟଙ୍କା 2018ରୁ ମିଳିଛି । ତେବେ ବକେୟା ଟଙ୍କା ଏଯାଏଁ ମିଳିପାରୁ ନଥିବାବେଳେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଏଭଳି ସ୍ଥିତିରେ ବାପା ତଥା ମୁରବୀ ବିହୀନ ପରିବାର ଚଳାଇବାକୁ ସବିତାଙ୍କ ପାଇଁ କଷ୍ଟକର ହୋଇପଡିଛି । ତୁରନ୍ତ ପ୍ରଶାସନ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.