ETV Bharat / state

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ - villagers facing problem in boudh

ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୯ ନମ୍ବର ଜୋନରେ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା
author img

By ETV Bharat Odisha Team

Published : Oct 4, 2023, 10:23 AM IST

Updated : Oct 4, 2023, 1:11 PM IST

road problem in remote area

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିକାଶ ପହଞ୍ଚି ପାର ନ ଥିବା ଅଭିଯୋଗ ହୋଇଛି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍‌ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଖୋଦ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଜୋନର ଏଭଳି ଅନେକ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସେସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀ ହିତାଧିକାରୀ । ଗୋଟିଏ ଜୋନ୍‌ର ଅନେକ ଅଞ୍ଚଳକୁ ନାହିଁ ସବୁଦିନିଆ ରାସ୍ତା । ଫଳରେ ସେସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍‌ରେ ପହଞ୍ଚି ପାରୁନାହିଁ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ୯ ନମ୍ବର ଜୋନ୍‌ । ଆଢେଣୀଗଡ଼, ତଳଗାଁ, କୁଶଙ୍ଗ, ମହାଲିକପଡ଼ା, ଛତରଙ୍ଗ, ହରଭଙ୍ଗା ଭଳି ପଞ୍ଚାୟତର ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ବିକାଶର ଆଲୋକ ସ୍ଥାନୀୟ ଅଧିବାସୀ ଦେଖି ନାହାନ୍ତି । କଣ୍ଡରା, କାଚପାଜୁଠାରୁ ନେଇ ବଡଖଜୁରୀ, ରାଣିସାହି, ବାନ୍ଦିଗାଡ଼ୁ, ଡୁମୁରିଖୋଲ, ସରାଡିଖୋଲ ଭଳି ଅନେକ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ମଣିଷ କାହିଁ କେଉଁ କାଳରୁ ବସବାସ କରୁଛି ସତ କିନ୍ତୁ ସରକାରୀ ବିକାଶ ଏସବୁ ଅଞ୍ଚଳରେ ଆଜି ମଧ୍ୟ ଅପହଞ୍ଚ ହୋଇ ରହିଛି । ଏହି ଅଞ୍ଚଳକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଶିକ୍ଷା, ସ୍ବାସ୍ଥ୍ୟସେବା, ଆବାସ, ରାସନ ଭଳି ବିଭିନ୍ନ ଯୋଜନାରେ ବାଧକ ସାଜୁଛି ଗମନାଗମନର ସମସ୍ୟା । ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ରାସ୍ତା ଘାଟର ସମସ୍ୟା ଆମ୍ବୁଲାନ୍ସ ଭଳି ସେବା ମଧ୍ୟ ଠିକରେ ପହଞ୍ଚି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ- ଅପହଞ୍ଚ ସରକାରୀ ଯୋଜନା, ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ

ଅନ୍ୟପଟେ ଏହି ୯ ନମ୍ବର ଜୋନର ମହାଲିକପଡ଼ା ପଞ୍ଚାୟତରୁ ପ୍ରତିନିଧିତ୍ଵ କରୁଥିବା ଜିଲ୍ଲା ପରିଷଦ ଅଧକ୍ଷାଙ୍କ ନିଜ ଘର ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏହି ଜୋନର ଅନେକ ଅଞ୍ଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ହୋଇ ରହିଛି । ସେହିପରି ଏସବୁ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ଆବାସ, ରାସନ୍, ସ୍ୱାସ୍ଥ୍ୟସେବା ପାଇଁ କିଲୋମିଟର କିଲୋମିଟର ବାଟ ଚାଲିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 4, 2023, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.