ETV Bharat / state

ବ୍ରିଜ ପାଇଁ ହନ୍ତସନ୍ତ ହରଭଙ୍ଗା ବ୍ଲକ - harabhanga block

ସ୍ବାଧୀନତାକୁ 72 ବର୍ଷ ବିତିଥିଲେ ମଧ୍ୟ ଏବେବି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 6ଟି ଗାଁକୁ ଯାତାୟତ ପାଇଁ ନାହିଁ ବ୍ରିଜ ।

ଫଟୋ ସୌଜନ୍ୟ: ପ୍ରତିନିଧି , ବୌଦ୍ଧ
author img

By

Published : May 9, 2019, 10:49 PM IST

ବୌଦ୍ଧ: ଦୁଃଖ ଶୁଣୁନି ପ୍ରଶାସନ । ଅଭିଶପ୍ତ ଜୀବନ ବିତାଉଛନ୍ତି ହରଭଙ୍ଗା ବ୍ଲକ 6 ଗୋଟି ଗାଁର ଅଧିବାସୀ । ଏକ ଝର ଉପରେ ପୋଲଟିଏ ପାଇଁ ସ୍ଥାନୀୟ ଲୋକେ ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରି ଥକି ଗଲେଣି । ହେଲେ କୌଣସି ସୁଫଳ ମିଳୁନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି , ବୌଦ୍ଧ

ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଞ୍ଚାୟତ ନିକଟରେ ବୋହିଯାଇଛି ଲକ୍ଷ୍ମୀ ନାଳ । ପୁରୁଣାକଟକ ଠାରୁ ମାତ୍ର ଏକ କିମି ଦୂର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଲକ୍ଷ୍ମୀ ନାଳର ଅପର ପାର୍ଶ୍ଵରେ ରହିଛି ଯାଜପୁର, କଳାଖଣ୍ଡି, ଅଠରନଳା, ମଣିପୁର, ଦିଗଚିରା ଓ ନିମଖୁଲି ଭଳି ପ୍ରାୟ 6ରୁ ଉର୍ଦ୍ଧ୍ବ ରାଜସ୍ବ ଗ୍ରାମ । ମାତ୍ର ପ୍ରାୟ 10ମିଟର ଚଉଡାରେ ପ୍ରବାହିତ ଲକ୍ଷ୍ମୀ ନାଳରେ ଖଣ୍ଡିଏ ପୋଲ ନିମନ୍ତେ ଦୀର୍ଘ ଦିନରୁ ଅଞ୍ଚଳବାସୀ ଦାବି କରି କରି ନିରାଶ ହୋଇ ନିଜକୁ ଅଭିଶପ୍ତ ବୋଲି ଅନୁଭବ କଲେଣି ।

ଖରାଦିନେ ଯେମିତି ସେମିତି ଚଳିଯାଏ, କିନ୍ତୁ ବର୍ଷା ଦିନେ ଏମାନଙ୍କ ସମସ୍ୟା କହିଲେ ନସରେ । କୌଣସି ସରକାରୀ କାମ ହେଉକି ମେଡିକାଲ ହେଉ ସବୁକିଛି ଭଗବାନଙ୍କ ଭରସାରେ ଛାଡିଦିଅନ୍ତି ଅଞ୍ଚଳବାସୀ । ଏବେ ଦେଖାଯାଉ କେବେ ଦୂର ହେଉଛି ଏମାନଙ୍କ ସମସ୍ୟା ଆଉ କେବେ ଉପକୃତ ହେଉଛନ୍ତି ଲୋକେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.