ETV Bharat / state

ସରୁନି କାମ, ମରଣଯନ୍ତା ପାଲଟିଛି ରାଜପଥ

author img

By

Published : Nov 30, 2019, 11:14 PM IST

ସରିଲାଣି ରାସ୍ତା ନିର୍ମାଣର ଅବଧି । ତଥାପି ଆଗେଇ ପାରୁନି ନିର୍ମାଣ କାମ । ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଅଧିକ ଖବର ପଢନ୍ତୁ...

ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ
ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ

ବୌଦ୍ଧ: ସରିଲାଣି ରାସ୍ତା ନିର୍ମାଣର ଅବଧି । ତଥାପି ଆଗେଇ ପାରୁନି ନିର୍ମାଣ କାମ । ଏପଟେ କାର୍ଯ୍ୟ ଶୈଳୀ ଓ ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ଏବେ ପ୍ରଶସ୍ତିକରଣ ନାଁରେ ଚାଲିଥିବା କାର୍ଯ୍ୟର ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରୁନି କାମ; ମରଣଯନ୍ତା ପାଲଟିଛି ରାଜପଥ

ବୌଦ୍ଧ ସହରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ରାସ୍ତାକୁ ଚାରିଲେନ ବିଶିଷ୍ଟ କରିବାକୁ ଗତ ବର୍ଷ ଅପ୍ରେଲ ମାସରେ ଶିଳାନ୍ୟାସ ହୋଇଥିଲା । ଇତି ମଧ୍ୟରେ ରାସ୍ତା ନିର୍ମାଣର ଅବଧି ସରି ସାରିଲାଣି । ତଥାପି ମଧ୍ୟ ଆଗେଇ ପାରୁନି ରାସ୍ତା ନିର୍ମାଣ କାର୍ଯ୍ୟ ।

ଏପଟେ ରାସ୍ତା ନିର୍ମାଣ ଶୈଳୀ ମଧ୍ୟ ଏପରି ଭାବେ ହୋଇଛି ଯେ, କେଉଁଠି କିଭଳି ଭାବେ ଅଙ୍କାବଙ୍କା ହୋଇଛି ତ ଅନ୍ୟ କେଉଁଠି ରାସ୍ତାରୁ ନାଳ ଉଚ୍ଚରେ ରହିଛି । ସମଗ୍ର ରାସ୍ତା କଡରୁ ଗଛ ସବୁକୁ କାଟିଦେବା ଫଳରେ ପ୍ରକୃତିପ୍ରେମୀଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଏଭଳି ଚାଲିଛି ଯେ ଏହା କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ସୀମା ନାହିଁ ।

ଫଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏପଟେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସରି ସାରିଲାଣି ରାସ୍ତା ନିର୍ମାଣ ର ଅବଧି ।ତଥାପି ଆଗେଇ ପାରୁନି ନିର୍ମାଣ ଅ ।ଏପଟେ କାର୍ଯ୍ୟ ର ଶୈଳୀ ଓ ମାନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଥିବା ବେଳେ ଏବେ ପ୍ରସସ୍ତିକରଣ ନାରେ କାର୍ଯ୍ୟ ର ଶୈଳୀ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ବୌଦ୍ଧ ସହରର ଟ୍ରାଫିକ ସମସ୍ୟା କୁ ଦୃଷ୍ଟିରେ ରଖି ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ରାସ୍ତା ର ଚାରିଲେନ ବିଶିଷ୍ଟ କରିବାକୁ ଗତ ବର୍ଷ ଅପ୍ରେଲ ମାସରେ ଶିଳାନ୍ୟାସ ହୋଇଥିଲା ।ଇତି ମଧ୍ୟରେ ରାସ୍ତା ନିର୍ମାଣ ର ଅବଧି ସରିସାରିଲାଣି ।କିନ୍ତୁ ତଥାପି ମଧ୍ୟ ଆଗେଇ ପାରୁନି ରାସ୍ତା ନିର୍ମାଣ କାର୍ଯ୍ୟ ।ଏପଟେ ରାସ୍ତା ନିର୍ମାଣ ଶୈଳୀ ମଧ୍ୟ ଏପରି ଭାବେ ହୋଇଛି ଯେ କେଉଁଠି କିଭଳି ଭାବେ ଅଙ୍କାବଙ୍କା ହୋଇଛି ତ ଅନ୍ୟ କେଉଁଠି ରାସ୍ତାରୁ ନାଳ ଉଚ୍ଚ ରେ ରହିଛି ।ସମଗ୍ର ରାସ୍ତା କଡରୁ ଗଛ ସବୁକୁ କାଟିଦେବା ଫଳରେ ପ୍ରକୃତିପ୍ରେମୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।ଏପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଏଭଳି ଚାଲିଛି ଯେ ଏହା କେବେ ସମ୍ପୂର୍ଣ୍ଣ ହେବ ତାର କୌଣସି ସୀମା ନାହିଁ ।ଫଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଏପଟେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି ।ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Body:ନିର୍ମାଣ ଅବଧି ସରିଲାଣି, ଏପଟେ ମରଣ ଯନ୍ତା ପାଲଟିଛି ରାଜପଥ ।

Conclusion:ବାଇଟ-୧-ପ୍ରଦ୍ୟୁମ୍ନ କୁମାର ଧଳ,ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.