ETV Bharat / state

ଭାରସାମ୍ୟ ହରାଇ ହୋଟେଲରେ ପଶିଲା ଟ୍ରକ, ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

author img

By

Published : Aug 4, 2022, 10:18 PM IST

ନୂଆପଡା ଛକରେ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଲା ମାଲବାହୀ ଟ୍ରକ । ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଗୁରୁତର । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ହୋଟେଲରେ ପଶିଲା ଟ୍ରକ
ଭାରସାମ୍ୟ ହରାଇ ହୋଟେଲରେ ପଶିଲା ଟ୍ରକ

ବୌଦ୍ଧ: ନୂଆପଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଲା ମାଲବାହୀ ଟ୍ରକ । ଫଳରେ ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଭାରସାମ୍ୟ ହରାଇ ହୋଟେଲରେ ପଶିଲା ଟ୍ରକ

ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଦୁର୍ଘଟଣାରେ ଧନଜୀବନ କ୍ଷତି ହେଉଥିବା ଦେଖାଦେଇଛି । ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ ବୀରନରସିଂପୁର ପଞ୍ଚାୟତ ନୂଆପଡା ଛକ ଠାରେ ଏକ ମାଲବାହୀ ଟ୍ରକ ହମ୍ପସ୍ ରେ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଜଳଖିଆ ଦୋକାନ ଭିତରେ ପଶି ଓଲଟି ପଡିଥିଲା । ଫଳରେ ଦୋକାନକୁ ଆସିଥିବା ହାଟଗାଁର ଜନୈକ ଦମ୍ପତି ଟ୍ରକ ଚାପରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୌଦ୍ଧ ଡାକ୍ତରଖାନାରେ ସ୍ବାମୀର ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ଗୁରୁବାର ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦାବିରେ ନୂଆପଡା ଠାରେ ସ୍ଥାନୀୟ ଲେକେ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାର ତଦନ୍ତ କରାଯାଇ ମୃତକଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଦାବୀ ହୋଇଛି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.