ETV Bharat / state

ଚାଲିଛି ମାଫିଆଙ୍କ ରାଜସ୍ୱ ଲୁଟ, ନାଁକୁ ମାତ୍ର ଧରପଗଡ - illegal stone quarry

ବୌଦ୍ଧରେ ରାଜସ୍ୱ କର୍ମଚାରୀଙ୍କ ମିଲିଭଗତରେ ମାଫିଆମାନେ ସରକାରୀ ରାଜସ୍ବ ଲୁଟ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଚାଲିଛି ମାଫିଆଙ୍କ ରାଜସ୍ୱ ଲୁଟ, ନାଁକୁ ମାତ୍ର ଧରପଗଡ

author img

By

Published : Apr 10, 2021, 7:16 PM IST

ବୌଦ୍ଧ: ଜିଲ୍ଲାର ରାଜସ୍ୱ କର୍ମଚାରୀଙ୍କ ମିଳିଭଗତରେ ମାଫିଆ ଲୁଟି ଚାଲିଛନ୍ତି ସରକାରୀ ରାଜସ୍ୱ । ଏନେଇ ଶୁକ୍ରବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରାଜସ୍ବ ଲୁଟ କରୁଥିବା ମାଫିଆଙ୍କ ଠାରୁ 1 ଲକ୍ଷ 20 ହାଜର ଟଙ୍କା ଫାଇନ କାଟିଛନ୍ତି । ତେବେ କେବଳ ଲୋକ ଦେଖାଣିଆ ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ଲୁଟିଥିବା ମାଫିଆଙ୍କ ଠାରୁ ଅଳ୍ପ କିଛି ଫାଇନ କାଟି ବାହାଃ ବାହାଃ ନେବାକୁ ବିଭାଗ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଚାଲିଛି ମାଫିଆଙ୍କ ରାଜସ୍ୱ ଲୁଟ, ନାଁକୁ ମାତ୍ର ଧରପଗଡ

ଦୁର୍ନୀତି ଖୋର ରାଜସ୍ୱ କର୍ମଚାରୀ ଓ ବାହୁବଳୀ କୁଜିନେତାଙ୍କ ଛତ୍ରଛାୟାରେ ରାଜସ୍ୱ ଲୁଟି ଚାଲିଛନ୍ତି ମାଫିଆ । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଭୟଭୀତ ହୋଇ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ମାଫିଆମାନେ ଲୁଟି ଚାଲିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ଅଧିକାଂଶ ରାଜସ୍ୱ ମଣ୍ଡଳରେ ବେଆଇନ ଇଟାଭାଟି ଓ ଚୋରା ବାଲି ଚାଲାଣ କୁଟୀର ଶିଳ୍ପ ପାଲଟି ଯାଇଥିବାବେଳେ ପଥର କ୍ବାରି ଦୁର୍ନୀତିର ଚରମ ଶିଖର ଛୁଇଁଛି । ସେପଟେ ବିଭାଗ ସମ୍ପୂର୍ଣ୍ଣ ନିଦା ବିଷ୍ଣୁ ସାଜିଛି । ଜିଲ୍ଲାର ବିଭିନ୍ନ ଆରଆଇ ସର୍କଲରେ କୋଟି କୋଟି ଟଙ୍କା ରାଜସ୍ୱ ମାଫିଆମାନେ ଲୁଟ କରୁଥିଲେ ମଧ୍ୟ ରାଜସ୍ୱ ବିଭାଗ କାହିଁକି ଚୁପ ବସିଛି ସେନେଇ ଉଠିଛି ପ୍ରଶ୍ନବାଚୀ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.