ETV Bharat / state

ପ୍ରମାଣ ପତ୍ର ଥାଇ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ଗ୍ରାମବାସୀ - ବୌଦ୍ଧ ଜିଲ୍ଲାର ପୁରୁଣା କଟକସ୍ଥିତ ଇନ୍ଦିରା କଲୋନୀ

ବହୁବର୍ଷ ପୂର୍ବରୁ ବୌଦ୍ଧ ଜିଲ୍ଲାର ପୁରୁଣା କଟକସ୍ଥିତ ଇନ୍ଦିରା କଲୋନୀର ଆଦିବାସୀଙ୍କୁ ଥଇଥାନ କରିବାକୁ ସରକାର ଚାରି ଡେସିମିଲ ଲେଖାଏଁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହୋଇଥିବା ସେଟେଲମେଣ୍ଟରେ ଉକ୍ତ ସ୍ଥାନକୁ ଗୋଚର ଦର୍ଶାଗଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 24, 2019, 2:16 PM IST

ବୌଦ୍ଧ: ଘରଡିହର ପଟ୍ଟା ହାତରେ ଅଛି । ମାତ୍ର ଏହା କୌଣସି ସରକାରୀ କାମରେ ଲାଗୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ପୁରୁଣା କଟକସ୍ଥିତ ଇନ୍ଦିରା କଲୋନୀରେ ।

ବହୁବର୍ଷ ପୂର୍ବରୁ ଏଠାକାର ଆଦିବାସୀଙ୍କୁ ଥଇଥାନ କରିବାକୁ ସରକାର ଚାରି ଡେସିମିଲ ଲେଖାଏଁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହୋଇଥିବା ସେଟେଲମେଣ୍ଟରେ ଉକ୍ତ ସ୍ଥାନକୁ ଗୋଚର ଦର୍ଶାଗଲା । ଫଳରେ ଏବେ ଇନ୍ଦିରା କଲୋନୀ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପିଲାଙ୍କ ପାଠପଢାଠାରୁ ଆରମ୍ଭ କରି ବାସିନ୍ଦା ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏହି ଆଦିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏନେଇ ବୌଦ୍ଧ ଉପଜିଲ୍ଲାପାଳ ଏନ୍‌ସି ଜ୍ୟୋତି ରଞ୍ଜନ ନାଏକ ଓ ହରଭଙ୍ଗା ତହସିଲଦାର ବବିତା ଦଳବେହେରା ବସ୍ତିକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନେବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.