ETV Bharat / state

ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରହଣ ପରେ ଚମକିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

author img

By

Published : Jan 24, 2023, 1:13 PM IST

ଅବହେଳିତ ଅବସ୍ଥାରେ ରହିଥିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ବୌଦ୍ଧ ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରହଣ ପରେ ଚମକିଲା ସ୍ବାସ୍ଥ୍ୟକେନ୍ଦ୍ର । ଅଧିକ ପଢନ୍ତୁ

ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରହଣ ପରେ ଚମକିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବୌଦ୍ଧ: ଅବହେଳିତ ଅବସ୍ଥାରେ ରହିଥିଲା ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଅପରିଷ୍କାର ଓ ଅପରିଚ୍ଛନ୍ନତା ଭିତରେ ରୋଗୀ ସେବା ହେଉଥିଲା । ହେଲେ ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରହଣ ପରେ ଆଜି ବଦଳିଛି ଏହି ସ୍ବାସ୍ଥ୍ୟକେନ୍ଦ୍ରର ଚିତ୍ର । ଚିକ୍‌ଚିକ୍ କାନ୍ଥ ସାଙ୍ଗରୁ ଡାକ୍ତରଖାନା ପରିସରରେ ପାନୀୟ ଜଳ ବ୍ୟବସ୍ଥା ଓ ପୁଷ୍ପ ଉଦ୍ୟାନ କରାଯାଇଛି । ରଙ୍ଗ ବେରଙ୍ଗୀ ଫୁଲରେ ହସୁଛି ପରିବେଶ । ଏକ ନୂତନ ପରିବେଶ ସାଙ୍ଗକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ସହଯୋଗରେ ଜିଲ୍ଲାରେ ଥିବା ବାଉଁଶୁଣୀ ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ରର ଏପରି ଭାବେ ନବକେଳବର ହୋଇଛି ।

ସୂଚନା ମୁତବାକ, ବୌଦ୍ଧ ଜିଲ୍ଲାର ମଧ୍ୟବର୍ତ୍ତି ଅଞ୍ଚଳରେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥିତ । ସ୍ବାସ୍ଥ୍ୟସେବା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ବାସିନ୍ଦା ନିର୍ଭରଶୀଳ । ସ୍ଥାନୀୟ ଅଞ୍ଚଳରେ ଏହା ଏକମାତ୍ର ଡାକ୍ତରଖାନା ହୋଇଥିଲେ ହେଁ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଥିଲା । ଜାତୀୟ ରାଜପଥ କଡରେ ଥିବା ଏହାର ପରିବେଶ ଓ ପାରିପାର୍ଶ୍ବିକ ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିଲା ।

ଗତ କିଛି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିଲେ । ଏହି ସମୟରେ ସ୍ବାସ୍ଥ୍ୟକେନ୍ଦ୍ରର ଦୂରାବସ୍ଥା ଦେଖି ଏହାର ନବୀକରଣ ପାଇଁ ପ୍ରଚେଷ୍ଟା କରିଥିଲେ । ଏହାପରେ ଜିଲ୍ଲାପାଳ ବାଉଁଶୁଣୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପୋଷ୍ୟ ଭାବରେ ଗ୍ରହଣ କରିବା ସହିତ ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ ଏବେ ଏହି ଡାକ୍ତରଖାନାର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି ।

ଏହାମଧ୍ୟ ପଢନ୍ତୁ: ସାନ୍ତାଳୀଙ୍କ ନିଆରା ପର୍ବ ନିଆଁମଡ଼ା ପର୍ବ, ନିଆଁରେ ଚାଲିଲେ ରୋଗବ୍ୟାଧି ଦୂର ହେବ ରହିଛି ବିଶ୍ୱାସ

ଡାକ୍ତରଖାନାକୁ ପରିସ୍କାର ପରିଚ୍ଛନ କରାଯାଇ ଫୁଲଗଛ ଲଗାଯାଇଛି । ସେହିପରି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ସର୍ବୋପରି ରୋଗୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହାକୁ ନେଇ ବର୍ତ୍ତମାନ ବାଉଁଶୁଣୀ ଅଞ୍ଚଳବାସୀଙ୍କ ସମେତ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.