ETV Bharat / state

ଦିନିକିଆ ବୌଦ୍ଧ ଗସ୍ତରେ ଉତ୍ତରାଞ୍ଚଳ ଆରଡିସି, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jun 25, 2023, 7:55 PM IST

ବର୍ଷା ଜାରି ରହିଥିବା ସତ୍ତ୍ବେ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ଆସି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର । ହିତାଧିକାରୀଙ୍କୁ ମୌଳିକ ସୁବିଧା କିଭଳି ମିଳୁଛି ସେନେଇ ବସ୍ତିବାସିନ୍ଦାଙ୍କ ସହିତ ଆଲୋଚନା କରିବା ସହିତ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଆରଡିସି।

ବୌଦ୍ଧ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ଆରଡିସି
ବୌଦ୍ଧ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ଆରଡିସି
ବୌଦ୍ଧ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ଆରଡିସି

ବୌଦ୍ଧ: ପ୍ରତିକୂଳ ପାଗ ମଧ୍ୟରେ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ଆସି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ କମିଶନର । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳେଇ । ଏହି ଅବସରରେ ଜିଲ୍ଲାର ସର୍ବପୁରାତନ ହାଇସ୍କୁଲ ଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେ ନୈତିକ ଶିକ୍ଷା ଦାନ କରିଥିବା ଦେଖିବାକୁ ମିଳିଛି । ବୋଦ୍ଧ ଜିଲ୍ଲାରେ ବର୍ଷା ଜାରି ରହିଥିବାବେଳେ ପ୍ରବଳ ବର୍ଷା ସତ୍ତ୍ବେ ପ୍ରତିକୂଳ ପାଗ ମଧ୍ୟରେ ଉତ୍ତରାଞ୍ଚଳ ଆରଡିସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହିତ ସମୀକ୍ଷା କରିଛନ୍ତି ।

ପ୍ରଥମେ ବୌଦ୍ଧ ମହାନଦୀ ସେତୁ ଛକ ନିକଟରେ 5 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ପଶ୍ଚିମା ଭବନ ପରିଦର୍ଶନ ସହିତ ଏହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ବୌଦ୍ଧ ପୌରାଞ୍ଚଳର 1 ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବିସ୍ଥାପିତ ହୋଇଥିବା 36ଜଣ ଭୂମିହୀନଙ୍କୁ ବିଜୁ ଆଦର୍ଶ କଲୋନୀରେ କିଭଳି ଥଇଥାନ କରାଯାଇଛି ତାହା ମଧ୍ୟ ବୁଲି ଦେଖିଛନ୍ତି ଆରଡିସି । ଏହା ସହିତ ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି । ହିତାଧିକାରୀଙ୍କୁ ଆବାସ, ପାନୀୟଜଳ, ବିଦ୍ୟୁତ, ଡ୍ରେନେଜ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା କିଭଳି ମିଳୁଛି ସେନେଇ ବସ୍ତିବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ସେ ।

ପରେ ଆରଡିସି ବୌଦ୍ଧର ପୁରୁଣା ଜେଲ ପରିସରରେ ନିର୍ମାଣ ହୋଇଥିବା ସଞ୍ଜୀବନି କୋଭିଡ ହସପିଟାଲ ଓ ବୌଦ୍ଧ ଜିଲ୍ଲା ପାଠାଗାରକୁ ବୁଲି ଦେଖିଛନ୍ତି । ଅପରାହ୍ନରେ ବୌଦ୍ଧର ମାଉସୀ ମା' ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ଜିଲ୍ଲାର ସର୍ବପୁରାତନ ହାଇସ୍କୁଲରେ ପହଞ୍ଚିଥିଲେ । 1912 ମସିହାରେ ପ୍ରତିଷ୍ଠା ହୋଇଥିବା ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସେ ଆଲୋଚନା କରିଥିଲେ । ଉଭୟ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ସହିତ ଭଲ ନାଗରିକ ଗଠନ ନିମନ୍ତେ ପ୍ରଚେଷ୍ଟା କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଆରଡିସି ।

ଏହାପରେ ବୌଦ୍ଧର ମହାନଦୀ କୂଳରେ ଥିବା ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣ ହେଉଥିବା ଭବ୍ୟ ଆଳତୀ ଘାଟ ପରିଦର୍ଶନ କରିବା ସହିତ ଏଭଳି ମହତ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଆସି ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଆରଡିସିଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା ।

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ସମୟରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ନଗରପାଳ ମୃତୁଞ୍ଜୟ ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ଆରଡିସି ପୁରୁଣାକଟକ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.