ETV Bharat / state

ମରଣଯନ୍ତ୍ରା ପାଲଟିଛି ରାସ୍ତା, ନାମକୁ ମାତ୍ର ମରାମତି କରି ଦୋଷ ଖସାଉଛି ପ୍ରଶାସନ

ମରଣଯନ୍ତ୍ରା ପାଲଟିଛି ରାସ୍ତା। ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା । ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ବାଉଁଶୁଣୀ ଦେଇ ଆମ୍ବଝରୀ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା 22 କିଲୋମିଟର ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ଖାଲି ମରାମତି କରି ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ପ୍ରଶାସନ ।

author img

By

Published : Aug 9, 2019, 1:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ମରଣଯନ୍ତ୍ରା ପାଲଟିଛି ରାସ୍ତା। ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା । ରାସ୍ତାରୋକ କଲେ ବି ମିଳୁନି ସୁଫଳ । ଖାଲି ମରାମତି କରି ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଠାରୁ ବାଉଁଶୁଣୀ ଦେଇ ଆମ୍ବଝରୀ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା 22 କିଲୋମିଟର ରାସ୍ତାର ଏବେ ଅବସ୍ଥା ଶୋଚନୀୟ । ବାଉଁଶୁଣୀ, ଗୋଛାପଡା, ଗୁନ୍ଦଳିଆ ଓ ଆମ୍ବଝରୀ ପଞ୍ଚାୟତର ଲାଇଫଲାଇନ କୁହାଯାଉଥିବା ଏହି ରାସ୍ତାରେ ଦୈନିକ ଶହଶହ ଗାଡି ମଟର ଯାତାୟତ କରୁଛf । ତେବେ ରାସ୍ତାରେ ଅନେକ ଖାଲଖମା ଭରି ରହିଥିବାବେଳେ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ପ୍ରଶାସନ । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ରାସ୍ତାର ଅବସ୍ଥା ଦେଖିବାକୁ ମିଳୁଛି । ଏପଟେ ପ୍ରତ୍ୟେକ ବର୍ଷ ମତାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ ଠିକାଦାରଙ୍କୁ ପୋଷା ଚାଲିଥିବାର ଅଭିଯୋଗ ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଚାରି ଚାରିଟି ପଞ୍ଚାୟତର ଲାଇଫଲାଇନ ଏକ ମାତ୍ର ରାସ୍ତା ବିପଦଶଙ୍କୁଳ ହୋଇପଡିଛି ।ଆଉ ଅନେକ ଥର ଗୁହାରୀ ତଥା ରାସ୍ତା ରୋକ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ।ସୁନା ଅଣ୍ଡା ଦିଆ କୁକୁଡା ଭଳି ଏହି ରାସ୍ତାକୁ ବ୍ୟବହାର କରାଯାଇ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ମତାମତି ନାରେ ଠିକାଦାରଙ୍କୁ ପୋଷା ଚାଲିଛି ।
ବୌଦ୍ଧ ଜିଲ୍ଲାର ବାଉଁଶୁଣୀ, ଗୋଛାପଡା, ଗୁନ୍ଦଳିଆ ଓ ଆମ୍ବଝରୀ ପଞ୍ଚାୟତକୁ ସଂଯୋଗ କରୁଥିବା ଏକମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକକୁ ଦେଖିଲେ ଅଞ୍ଚଳବାସୀଙ୍କ ଦୁଃଖ ଆପେଆପେ ବୁଝି ହୋଇଯିବ ।୫୭ ନମ୍ବର ଜାତୀୟ ରାଜପଥ ଠାରୁ ବାଉଁଶୁଣୀ ଦେଇ ଆମ୍ବଝରୀ ପଞ୍ଚାୟତ ପର୍ଯ୍ୟନ୍ତ ମାତ୍ର ବାଇଶ କିଲୋମିଟର ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ଏବେ ଏହି ରାସ୍ତା ମରଣ ଯନ୍ତା ପାଲଟିଯାଇଛି ।ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଏକ ସାଧାରଣ କଥା ହୋଇ ଯାଇଛି ।ଅଭିଯୋଗ ଅନୁସାରେ ଅଞ୍ଚଳରେ ଥିବା କ୍ରସର ଭାରିଯାନ ଏହି ରାସ୍ତାରେ ଶହଶହ ସଂଖ୍ୟାରେ ଯାତାୟାତ କରି ରାସ୍ତାକୁ କଦର୍ଯ୍ୟ କରିପକାଉଛନ୍ତି ।ଏସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ଫଳରେ ଜନ ଆକ୍ରୋଶ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ।କେବଳ କିଛି ଠିକାଦାରଙ୍କୁ ରାସ୍ତା ମରାମତି ନାରେ ପୋଷା ଯାଉଥିବା ଚର୍ଚ୍ଚା ହେଉଛି ।ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:ସୁନା ଅଣ୍ଡା ଦିଆ କୁକୁଡା ପାଲଟିଛି ବାଉଁଶୁଣୀ ଗୁନ୍ଦଳିଆ ଆରଡି ରାସ୍ତା ।

Conclusion:ବାଇଟ-୧-ରମେଶ ଖମାର, ଗୋଛାପଡାବାସୀ
ବାଇଟ-୨-ରାଜକୁମାର ସିଂ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.